ଜ୍ଞାନବାପି ମସଜିଦ ମଧ୍ୟରେ ଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ସର୍ଭେ ହେବ, ଆହ୍ଲାବାଦ ହାଇକୋର୍ଟ ଦେଲେ ଅନୁମତି

ଜ୍ଞାନବାପୀ ମାମଲା: ‘ଶିବଲିଙ୍ଗ’ର କାର୍ବନ ଡେଟିଂ ଆବେଦନ ଉପରେ ରାୟ ସଂରକ୍ଷିତ

The Indian Express

ଆହ୍ଲାବାଦ : ବାରାଣାସୀର ବିବାଦୀୟ ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟରୁ ହିନ୍ଦୁ ପକ୍ଷକୁ ବଡ଼ ବିଜୟ ମିଳିଛି । ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି । କାର୍ବନ ଡେଟିଂ ମାଧ୍ୟମରେ କଥିତ ଶିବଲିଙ୍ଗର ବୈଜ୍ଞାନିକ ସର୍ବେକ୍ଷଣ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, ଯାହା ଉପରେ ହାଇକୋର୍ଟ ଆଜି ରାୟ ଦେଇଛନ୍ତି ।

ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏଏସ୍ଆଇକୁ ଶିବଲିଙ୍ଗକୁ କ୍ଷତି ନପହଞ୍ଚାଇ ଏହି ସର୍ଭେ କରିବାକୁ ପଡ଼ିବ। ବୈଜ୍ଞାନିକ ସର୍ବେକ୍ଷଣ ଜରିଆରେ ଯାହାକୁ ଶିବଲିଙ୍ଗ ବୋଲି ଦାବି କରାଯାଉଛି ତାହା ବାସ୍ତବରେ ଶିବଲିଙ୍ଗ ନା ଅନ୍ୟ କିଛି ତାହା ସହଜରେ ଜଣାପଡ଼ିବ। ଏଥିସହ 'ଶିବଲିଙ୍ଗ'ର ବୟସ କେତେ ତାହା ମଧ୍ୟ ଜଣାପଡ଼ିବ ।

ଜ୍ଞାନବାପି ମସଜିଦରେ ପୂଜା ଅଧିକାର ଦାବି କରୁଥିବା ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ବୈଜ୍ଞାନିକ ସର୍ବେକ୍ଷଣ ଜରିଆରେ ଜଣାପଡ଼ିବ ଯେ କଥିତ ଶିବଲିଙ୍ଗର ବୟସ କେତେ, ଏହା ପ୍ରକୃତରେ ଶିବଲିଙ୍ଗ ନା ଅନ୍ୟ କିଛି ।

ଏହାପୂର୍ବରୁ ଜ୍ଞାନବାପି ମସଜିଦ ଭିତରେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଏହାକୁ କ୍ଷତି ପହଞ୍ଚାଇପାରିବ କି ନାହିଁ ତାହା ସ୍ପଷ୍ଟ କରିବାକୁ ଆହ୍ଲାବାଦ ହାଇକୋର୍ଟ ଏଏସ୍ଆଇକୁ କହିଥିଲେ। ଯାହା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ ଗତକାଲି ଏକ ସିଲ୍ ଲଫାଫାରେ ରିପୋର୍ଟ ଦାଖଲ କରିଥିଲା ।

ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୧୪ତାରିଖରେ ବାରାଣସୀ ଅଦାଲତ ଜ୍ଞାନବାପି ମସଜିଦ୍ ଭିତରେ ମିଳିଥିବା ଶିବଲିଙ୍ଗ ଭଳି ଏକ କୋଠାର ବୈଜ୍ଞାନିକ ପରୀକ୍ଷା ପାଇଁ ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ଖାରଜ କରିଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe