କଡ଼ା ସୁରକ୍ଷା ବ୍ୟବସ୍ଥାରେ ଜ୍ଞାନବ୍ୟାପି ମସ୍‌ଜିଦ୍‌ ସର୍ଭେ ଆରମ୍ଭ କଲା ‘ଏଏସ୍‌ଆଇ’

Advertisment
କଡ଼ା ସୁରକ୍ଷା ବ୍ୟବସ୍ଥାରେ ଜ୍ଞାନବ୍ୟାପି ମସ୍‌ଜିଦ୍‌ ସର୍ଭେ ଆରମ୍ଭ କଲା ‘ଏଏସ୍‌ଆଇ’

Image Courtesy of The Times of India

ବାରାଣସୀ: କଡ଼ା ସୁରକ୍ଷା ବ୍ୟବସ୍ଥାରେ ଆଜି ସକାଳ ୭ଟାରୁ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ ବା ‘ଏଏସ୍‌ଆଇ’ର ଏକ ଟିମ୍‌ ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ବୈଜ୍ଞାନିକ ସର୍ବେକ୍ଷଣ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ମସ୍‌ଜିଦ୍‌ ସର୍ବେକ୍ଷଣ ନିମନ୍ତେ ଅନୁମତି ଦେଇଥିବା ବାରାଣସୀ ଡିଷ୍ଟ୍ରିକ୍ଟ୍‌ କୋର୍ଟଙ୍କ ଆଦେଶ ବିରୋଧରେ ମସ୍‌ଜିଦ୍‌ ପରିଚାଳନା କମିଟି ସୁପ୍ରିମ୍‌ କୋର୍ଟରେ ପିଟିସନ୍‌ ଫାଇଲ୍‌ କରିଥିବା ସତ୍ତ୍ବେ ସର୍ବେକ୍ଷଣ ବା ସର୍ଭେ କରାଯାଉଛି ବୋଲି ରବିବାର ଦିନ ଏ ସମ୍ବନ୍ଧରେ ସୂଚନା ପାଇଥିବା ଲୋକେ କହିଛନ୍ତି।

ଆବଶ୍ୟକ ଉପକରଣ ଧରି ରବିବାର ଦିନ ‘ଏଏସ୍‌ଆଇ’ ଟିମ୍‌ ବାରାଣସୀରେ ପହଞ୍ଚିଥିଲେ। କିନ୍ତୁ, ‘ସିଲ୍‌’ କରାଯାଇଥିବା ‘ୱାଜୁଖାନା’ ଅଞ୍ଚଳକୁ ଛାଡ଼ି ‘ଏଏସ୍‌ଆଇ’ ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ସର୍ଭେ କରିପାରିବ ବୋଲି ଶୁକ୍ରବାର ଦିନ ବାରାଣସୀ ଅଦାଲତ ରାୟ ଦେଇଥିଲେ।

publive-image Image Courtesy of Zee News

ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି, ‘ଏଏସ୍‌ଆଇ’ ସର୍ଭେ କରୁଥିବା ବ‌େଳେ ଜ୍ଞାନବ୍ୟାପି ମସ୍‌ଜିଦ୍‌ ପରିସରକୁ ଦଳେ ଉତ୍ତର ପ୍ରଦେଶ ପୁଲିସ ପ୍ରବେଶ କରୁଛନ୍ତି।

ହିନ୍ଦୁଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ଆଡ୍‌ଭୋକେଟ୍‌ ସୁଭାଷ ନନ୍ଦନ ଚତୁର୍ବେଦୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ହିନ୍ଦୁ ଓ ମୁସଲମାନ ପ୍ରତିନିଧିଙ୍କ ସମେତ ‘ଏଏସ୍‌ଆଇ’ର ୩୦ଜଣିଆ ଟିମ୍‌ ଜ୍ଞାନବ୍ୟାପି ମସ୍‌ଜିଦ୍‌ ପରିସରରେ ଉପସ୍ଥିତ ଅଛନ୍ତି। ଆମେ ସୁନିଶ୍ଚିତ ଯେ, ସମଗ୍ର ସମ୍‌ଜିଦ୍ ପରିସର ହେଉଛି ମନ୍ଦିରର। ତେଣୁ, ସର୍ଭେ ଫଳାଫଳ ହିନ୍ଦୁମାନଙ୍କୁ ସୁହାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe