ବନ୍ଦ ଲଫାଫା ଭିତରେ ବାରାଣସୀ ଅଦାଲତରେ ଦାଖଲ ହେଲା ଜ୍ଞାନବାପି ମସ୍‌ଜିଦ୍‌ ଭିଡିଓ ସର୍ଭେ ରିପୋର୍ଟ

Advertisment
ବନ୍ଦ ଲଫାଫା ଭିତରେ ବାରାଣସୀ ଅଦାଲତରେ ଦାଖଲ ହେଲା ଜ୍ଞାନବାପି ମସ୍‌ଜିଦ୍‌ ଭିଡିଓ ସର୍ଭେ ରିପୋର୍ଟ

Image Courtesy of India Today

ବାରାଣସୀ: ଜ୍ଞାନବାପି ମସ୍‌ଜିଦ୍‌ରେ କରାଯାଇଥିବା ଭିଡିଓ ସର୍ଭେର ରିପୋର୍ଟ ଆଜି ସକାଳେ ବାରାଣସୀର ଏକ ଅଦାଲତରେ ଦାଖଲ କରାଯାଇଛି। ମସ୍‌ଜିଦ୍‌ ପରିସରରେ ଥିବା ପ୍ରତିମାଗୁଡ଼ିକୁ ପୂଜାର୍ଚ୍ଚନା କରିବା ନିମନ୍ତେ ହିନ୍ଦୁମାନେ ଆବେଦନ କରିଥିବା ମାମଲା କାରଣରୁ ସେଠାରେ ଭିଡିଓ ସର୍ଭେ କରାଯାଇଥିଲା।

ଅଦାଲତଙ୍କଦ୍ବାରା ନିଯୁକ୍ତ ସ୍ବତନ୍ତ୍ର ସହକାରୀ କମିସନର୍‌ ବିଶାଳ ସିଂହ ଅଦାଲତରେ ସର୍ଭେ ରିପୋର୍ଟ ଦାଖଲ କରିବା ବେଳେ ଉଭୟ ପକ୍ଷର ବ୍ୟକ୍ତିମାନେ ସେଠାରେ ଉପସ୍ଥିତ ଥିଲେ। ଲଫାପା ମଧ୍ୟରେ ଗୋଟାଏ ‘ଭିଡିଓ ଚିପ୍‌’ ଥିବା କଥା ମଧ୍ୟ ସେ କହିଛନ୍ତି।

ମସ୍‌ଜିଦ୍‌ ପରିସରରେ ଭିଡିଓ ଉତ୍ତୋଳନ କରିଥିବା ଟିମ୍‌ ୧୦/୧୫ ପୃଷ୍ଠାବିଶିଷ୍ଟ ଏହି ରିପୋର୍ଟକୁ ଗୋଟାଏ ମୁଦା (ବନ୍ଦ) ଲଫାପାରେ ଦାଖଲ କରିଛନ୍ତି।

publive-image Image Courtesy of NDTV

ଉଲ୍ଲେଖଯୋଗ୍ୟ, ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ଅଛି ବୋଲି ୫ଜଣ ହିନ୍ଦୁ ମହିଳା ଦାଖଲ କରିଥିବା ପିଟିସନ୍‌ର ବାରାଣସୀ ଅଦାଲତ ଶୁଣାଣି କରୁଛନ୍ତି।

ଭିଡିଓ ସର୍ଭେ ବା ଉତ୍ତୋଳନରେ ସମ୍ପୃକ୍ତ ଥିବା ଜଣେ ଓକିଲ କହିଛନ୍ତି ଯେ, ପାରମ୍ପରିକ ଭାବେ ‘ୱାଜୁ’ (ନମାଜ ପୂର୍ବରୁ ଧୁଆଧୋଇ ହେବା) ନିମନ୍ତେ ବ୍ୟବହାର କରାଯାଉଥିବା ଜଳାଶୟ ମଧ୍ୟରୁ ଗୋଟାଏ ଶିବଲିଙ୍ଗ ବାହାରିଛି।

ଏହି ମାମଲାରେ ହିନ୍ଦୁ ଆବେଦନକାରୀମାନଙ୍କର ପ୍ରତିନିଧିତ୍ବ କରୁଥିବା ଆଡ୍‌ଭୋକେଟ୍‌ ବିଷ୍ଣୁଶଙ୍କର ଜୈନ୍‌ ଶୁଣାଣି ସ୍ଥଗିତ ରଖିବା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରୁଥିବା ଆଡ୍‌ଭୋକେଟ୍‌ ଏଚ୍‌ଏସ୍‌ ଜୈନ ଡାକ୍ତରଖାନାରେ ଅଛନ୍ତି।

ଏହାଛଡ଼ା, ହିନ୍ଦୁ ଆବେଦନକାରୀମାନେ ସତ୍ୟପାଠ ଦାଖଲ କରି ନ ଥିବାରୁ ଆମେ ଅଦାଲତଙ୍କୁ ସମୟ ମାଗିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe