ଭାରତୀୟ ବୃତ୍ତିଧାରୀଙ୍କୁ ଝଟକା, ଏଚ୍-୧ବି ଭିସା କଟକଣାରେ ଟ୍ରମ୍ପଙ୍କ ସ୍ବାକ୍ଷର

Advertisment
ଭାରତୀୟ ବୃତ୍ତିଧାରୀଙ୍କୁ ଝଟକା, ଏଚ୍-୧ବି ଭିସା କଟକଣାରେ ଟ୍ରମ୍ପଙ୍କ ସ୍ବାକ୍ଷର

Image Source: Hindustan Times

ଵାସିଂଟନ: ଆମେରିକାରେ ଚାକିରି ପାଇଁ ଆଶାୟୀ ଥିବା ବିଶେଷ କରି ଭାରତୀୟ ବୈଷୟିକ ବୃତ୍ତିଧାରୀମାନଙ୍କ ପାଇଁ ଟ୍ରମ୍ପ୍‌ ପ୍ରଶାସନ ଏକ ଶକ୍ତ ଝଟକା ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏଚ୍‌-୧ବି ଭିସା ସମ୍ପର୍କିତ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମାରେ ସ୍ବାକ୍ଷର କରି ଲକ୍ଷ ଲକ୍ଷ ଭାରତୀୟଙ୍କ ସ୍ବପ୍ନକୁ ଅନ୍ଧକାର ମଧ୍ୟକୁ ଠେଲିଦେଇଛନ୍ତି। ଏହାଦ୍ବାରା ବିଶେଷ କରି ଏଚ୍-୧ବି ଭିସା ବଳରେ ଆମେରିକାରେ ରହୁଥିବା ପ୍ରବାସୀଙ୍କ ସହ ଆଉ କୌଣସି ପ୍ରକାର ଯୋଗାଯୋଗକୁ ବାରଣ କରାଯାଇଛି।

ସୂଚନା ଥାଉ କି, ଆମେରିକାରେ ରହୁଥିବା ପ୍ରବାସୀ ବୃତ୍ତିଧାରୀଙ୍କ ପାଇଁ ଉଦ୍ଦିଷ୍ଟ ଏଚ୍-୧ବି ଭିସା ସମେତ ଅନ୍ୟାନ୍ୟ ଅନୁମତିପତ୍ର ଉପରେ ଚଳିତ ବର୍ଷ ଶେଷ ଯାଏ କଟକଣା ଲଗାଇବାକୁ ଟ୍ରମ୍ପ୍‌ ପ୍ରଶାସନ ଗତ ଜୁନ୍‌ ୨୩ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। କୋଭିଡ୍‌ ଯୋଗୁଁ ଭୁଶୁଡ଼ିପଡ଼ିଥିବା ଆମେରିକାର ଅର୍ଥନୀତିରେ ସୁଧାର ଆଣିବା ଲାଗି ବିଶେଷ କରି ଆମେରିକୀୟମାନଙ୍କୁ ଚାକିରି ପ୍ରାଥମିକତା ଦେବା ଲାଗି ଏଭଳି କଟକଣା ଜାରି ହୋଇଥିଲା। ତେବେ ବିଭିନ୍ନ କମ୍ପାନି ନିଜର କାରବାର ଚଳାଇବା ପାଇଁ ପୁରୁଣା ଅଭିଜ୍ଞ ପ୍ରବାସୀମାନଙ୍କୁ ପୁଣି ସାମିଲ କରିପାରିବାର ସମ୍ଭାବନା ରହିଥିଲା। ମାତ୍ର ଟ୍ରମ୍ପ୍‌ଙ୍କ ଏହି ସଦ୍ୟ ନିର୍ଦ୍ଦେଶନାମା ବଳରେ ଆଉ କୌଣସି କମ୍ପାନି ପ୍ରବାସୀମାନଙ୍କୁ ଯୋଗାଯୋଗ କରିପାରିବେ ନାହିଁ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe