ମହାରାଷ୍ଟ୍ରରେ ବଢ଼ୁଛି ଏଚ୍‌୩ଏନ୍‌୨, ଏଚ୧ଏନ୍‌୧ ସଂକ୍ରମଣ

ପୁନେରେ ୨ ବୟସ୍କ ବ୍ୟକ୍ତିଙ୍କ ଏଚ୍‌୩ଏନ୍‌୨ରେ ମୃତ୍ୟୁ, ସମୀକ୍ଷା ବୈଠକ କଲେ ମୁଖ୍ୟମନ୍ତ୍ରୀ

ଦିନକରେ ୫୧୫ କରୋନା ପଜିଟିଭ୍, ଜଣେ ମୃତ

India.com

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଉଭୟ ଏଚ୍‌୩ଏନ୍‌୨ ଏବଂ ଏଚ୍‌୧ଏନ୍‌୧ ସଂକ୍ରମଣ ବଢ଼ୁଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ମହରାଷ୍ଟ୍ରରେ ୧୧୯ ଏଚ୍‌୩ଏନ୍‌୨ ମାମଲା ଚିହ୍ନଟ ହୋଇଥିବାବେଳେ ଏଚ୍‌୧ଏନ୍‌୧ ମାମଲା ୩୨୪କୁ ବୃଦ୍ଧି ପାଇଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଏଚ୍‌୩ଏନ୍‌୨ ସଂକ୍ରମଣ ପ୍ରସଙ୍ଗରେ ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ସିନ୍ଦେ କହିଛନ୍ତି, ଯେଉଁମାନେ ଭାଇରାଲ୍‌ ସଂକ୍ରମଣର ଶିକାର ହେଉଛନ୍ତି ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯିବା ଉଚିତ। ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଇତି ମଧ୍ୟରେ ପୁନେରେ ୨ ଜଣ ବୟସ୍କ ବ୍ୟକ୍ତିଙ୍କର ଏଚ୍‌୩ଏନ୍‌୨ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି। ଜଣଙ୍କର ବୟସ ୭୩ ଏବଂ ଅନ୍ୟ ଜଣଙ୍କ ବୟସ ୬୭। ପୁନେରେ ଶ୍ବାସକ୍ରିୟା ସଂକ୍ରମଣ ବଢ଼ୁଛି। ଡାକ୍ତରମାନେ କହିଛନ୍ତି, ବୟସ୍କ ବ୍ୟକ୍ତି, ୫ ବର୍ଷରୁ କମ୍‌ ବୟସର ଶିଶୁ ଏବଂ ଗର୍ଭବତୀ ମହିଳାମାନେ ଅଧିକ ବିପଦରେ ରହୁଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡ଼ୁଛି ଏବଂ ଅକ୍ସିଜେନ ସପୋର୍ଟ ମଧ୍ୟ ଦରକାର ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe