Image Courtesy of India Today
ନୂଆଦିଲ୍ଲୀ: ରୁଷୀୟ ସଂଘର କେନ୍ଦ୍ରୀୟ ବ୍ୟାଙ୍କ୍କୁ (ଦି ବ୍ୟାଙ୍କ୍ ଅଫ୍ ରୁଷ୍) ଆନ୍ତର୍ଜାତିକ ହ୍ୟାକିଙ୍ଗ୍ ସଙ୍ଗଠନ ‘ଆନୋନିମସ୍’ ହ୍ୟାକ୍ କରିଥିବା କଥା ଆଜି ଦାବି କରିଛି।
ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟୁଇଟର୍ରେ ‘ଆନୋନିମସ୍ ଟିଭି’ ଲେଖିଛି, ସେ ‘ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ରୁଷ୍’କୁ ହ୍ୟାକ୍ କରିନେଇଛି ଏବଂ ଆଗାମୀ ୪୮ ଘଣ୍ଟା ମଧ୍ୟରେ କେତେକ ଗୁପ୍ତ ରାଜିନାମା ସମେତ ୩୫,୦୦୦ରୁ ଊର୍ଦ୍ଧ୍ବ ଫାଇଲ୍ ରିଲିଜ୍ କରିଦେବ।
ୟୁକ୍ରେନ୍ ଆକ୍ରମଣ କରିଥିବାରୁ ସମ୍ମିଳିତ ହୋଇ ରୁଷ୍କୁ ଶାସ୍ତି ଦେବା ପାଇଁ ଆନ୍ତର୍ଜାତିକ ହ୍ୟାକିଙ୍ଗ୍ ସଙ୍ଗଠନ ସବୁ ପଣ କରିଛନ୍ତି। ଆଜିର ଘଟଣା ହେଉଛି ରୁଷ୍ର ରାଷ୍ଟ୍ରାୟତ ଗଣମାଧ୍ୟମ ଏବଂ ସରକାରୀ ୱେବ୍ସାଇଟ୍ ଉପରେ ସଦ୍ୟତମ ଆକ୍ରମଣ।
BBC Newsପୂର୍ବରୁ ଆନ୍ତର୍ଜାତିକ ହ୍ୟାକିଙ୍ଗ୍ ସମୁଦାୟ ରୁଷ୍ରେ କାର୍ଯ୍ୟ କରୁଥିବା ପାଶ୍ଚାତ୍ୟ କମ୍ପାନିଗୁଡ଼ିକୁ ବନ୍ଦ କରିବା ଲାଗି ସତର୍କ କରାଇଥିଲେ। ରୁଷ୍ ୟୁକ୍ରେନ୍ ଆକ୍ରମଣ କରୁଥିବାରୁ ଉକ୍ତ କମ୍ପାନି ସବୁ ସାଇବର୍ ଆକ୍ରମଣର ଶିକାର ହେବାର ସମ୍ଭାବନା ଅଛି ବୋଲି ସେମାନେ କହିଥିଲେ।
ୟୁକ୍ରେନ୍ ଆକ୍ରମଣ ପର ଠାରୁ ରୁଷ୍ ଉପରେ ହୋଇଥିବା ସମସ୍ତ ସାଇବର୍ ଆକ୍ରମଣ ମଧ୍ୟରୁ ‘ଆନୋନିମସ୍’ ହ୍ୟାକ୍ କରିଥିବା ‘ରୁଷୀୟ ଟିଭି ନେଟ୍ୱାର୍କ’ ଘଟଣା ଥିଲା ଅତୀବ ଗୁରୁତ୍ବପୂର୍ଣ୍ଣ। ଟିଭିର ସ୍ବାଭାବିକ କାର୍ଯ୍ୟକ୍ରମରେ ବ୍ୟାଘାତ ଘଟାଇ ‘ଆନୋନିମସ୍’ ୟୁକ୍ରେନ୍ରେ ରୁଷ୍ କରୁଥିବା ବୋମା ବିସ୍ଫୋରଣ ଏବଂ ସଂଘର୍ଷର ଭୟାବହତା ସମ୍ପର୍କରେ ସୈନିକମାନେ କରୁଥିବା ଆଲୋଚନାର ସଂକ୍ଷିପ୍ତ ଭିଡିଓ ପ୍ରସାରଣ କରିଥିଲେ।
Follow Us