Image Courtesy of India Today
ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ସାଇବର୍ ଆଟାକ୍ ଯୋଗୁଁ ଲକ୍ଷାଧିକ ରୋଗୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବା ସନ୍ଦେହ କରାଯାଉଛି। ୫ଟି ମୁଖ୍ୟ ସର୍ଭରକୁ ହ୍ୟାକରମାନେ ଟାର୍ଗେଟ କରିଥିଲେ। ତେବେ ଚୀନ୍ର ହ୍ୟାକରମାନେ ଏହି ସାଇବର ଆକ୍ରମଣ କରିଛନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଚୋରି କରାଯାଇଥିବା ତଥ୍ୟକୁ ଡାର୍କ ୱେବ୍ରେ ବିକ୍ରି କରାଯାଇପାରେ।
ତଥ୍ୟ ଅନୁଯାୟୀ ଏମ୍ସ ତଥ୍ୟ ଚୋରି ପାଇଁ ଡାର୍କ ୱେବ୍ରେ ୧୬୦୦ରୁ ଅଧିକ ଥର ସର୍ଚ କରାଯାଇଛି। ଚୋରି ହୋଇଥିବା ତଥ୍ୟ ମଧ୍ୟରେ ରାଜନେତା, ସେଲିବ୍ରିଟି ଏବଂ ଭିଭିଆଇପି ମାନଙ୍କର ତଥ୍ୟ ମଧ୍ୟ ରହିଛି। ଆଇଏଫ୍ଏସଓ ସୂଚନାନୁଯାୟୀ ମୋଟ୍ ୫ଟି ସର୍ଭର ହ୍ୟାକ୍ ହୋଇଥିଲା। ଏଫଏସଏଲ ଟିମ୍ ଏହି ତଥ୍ୟ ଲିକ୍ ସଂକ୍ରାନ୍ତରେ ଅନୁଧ୍ୟାନ କରୁଛନ୍ତି। ତେବେ ଆଇଏଫ୍ଏସଓ ଅଧିକାରୀମାନେ କହିଛନ୍ତି, କୌଣସି ତଥ୍ୟ ନଷ୍ଟ ହୋଇନି।
Follow Us