ସୋନିଆ ଗାନ୍ଧୀଙ୍କୁ ଭରସା ଦେଇଥିଲି... କହି କାନ୍ଦି ପକାଇଲେ କଂଗ୍ରେସ ନେତା ଡି. କେ. ଶିବକୁମାର

Advertisment
ସୋନିଆ ଗାନ୍ଧୀଙ୍କୁ ଭରସା ଦେଇଥିଲି... କହି କାନ୍ଦି ପକାଇଲେ କଂଗ୍ରେସ ନେତା ଡି. କେ. ଶିବକୁମାର

Image Courtesy of NDTV

ନୂଆଦିଲ୍ଲୀ: କର୍ଣ୍ଣାଟକ ଅର୍ପଣ କରିବି ବ‌ୋଲି ସୋନିଆ ଗାନ୍ଧୀଙ୍କୁ ପ୍ରତିଶ୍ରୁତି ଦେଇଥିଲି ବୋଲି ରାଜ୍ୟରେ ଦଳ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବାର ଆଭାସ ମିଳିବା ପରେ ଆଜି କଂଗ୍ରେସ ନେତା ଡି. କେ. ଶିବକୁମାର ଭାବବିହ୍ବଳ ହୋଇ କାନ୍ଦି ପକାଇ କହିଛନ୍ତି।

ସାମ୍ବାଦିକମାନଙ୍କୁ ୬୧ ବର୍ଷିୟ ଶିବକୁମାର କହିଛନ୍ତି, କର୍ଣ୍ଣାଟକ ଅର୍ପଣ କରିବି ବ‌ୋଲି ମୁଁ ସୋନିଆ ଗାନ୍ଧୀ, ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲି। ମୋତେ ଭେଟିବାକୁ ସୋନିଆ ଗାନ୍ଧୀ ଜେଲ୍‌କୁ ଆସିଥିବା କଥା ମୁଁ ଭୁଲି ପାରିବି ନାହିଁ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଶିବକୁମାର କହିଛନ୍ତି, କଂଗ୍ରେସ କାର୍ଯ୍ୟାଳୟ ହେଉଛି ଆମର ଦେବାଳୟ। କଂଗ୍ରେସ କାର୍ଯ୍ୟାଳୟରେ ହିଁ ଆମେ ଆମର ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବୁ। ସିଦ୍ଦରମୈୟାଙ୍କ ସମେତ ମୋ ରାଜ୍ୟର ସମସ୍ତ ନେତାଙ୍କୁ କୃତଜ୍ଞତା ଜଣାଉଛି।

ସୂଚନାଯୋଗ୍ୟ, ୭୫ ବର୍ଷିୟ ସିଦ୍ଦରମୈୟା ହେଉଛନ୍ତି ମୁଖ୍ୟମନ୍ତ୍ରୀ ପଦ ନିମ‌ନ୍ତେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ। ସିଦ୍ଦରମୈୟା କହିଛନ୍ତି, କଂଗ୍ରେସ ଦଳ ପାଇଁ ଏହା ହେଉଛି ଗୁରୁତ୍ବପୂର୍ଣ୍ଣ ବିଜୟ। କର୍ଣ୍ଣାଟକବାସୀ ପରିବର୍ତ୍ତନ ଚାହିଁଲେ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ବିପକ୍ଷରେ ଜନାଦେଶ।

ସେପଟେ, ରାଜ୍ୟ ବିଧାନସଭା ନିର୍ବାଚନରେ ପରାଜୟ ସ୍ବୀକାର କରି ‘ବିଜେପି’ କହିଛି, ଆସନ୍ତାବର୍ଷ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ବିଜୟ ହାସଲ ପାଇଁ ଯତ୍ନବାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe