Image Courtesy of ANI
ମୁମ୍ବାଇ: ସ୍ୱାମୀଙ୍କୁ ନ୍ୟାୟ ଦେବା ପାଇଁ ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ର ଅଧିକାରୀ ସମୀର ଓ୍ଵାଙ୍ଖେଡ଼େଙ୍କ ପତ୍ନୀ କ୍ରାନ୍ତି ଓ୍ଵାଙ୍ଖେଡ଼େ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ପତ୍ର ଲେଖିଛନ୍ତି। ଚିଠିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ମଧ୍ୟ ସମୟ ମାଗିଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ସବୁ ପ୍ରକାଶ କରିଥିବା ଉକ୍ତ ପତ୍ରର କିଛି ଉଦ୍ଧୃତିରେ କ୍ରାନ୍ତି ଓ୍ଵାଙ୍ଖେଡ଼େ ଲେଖିଛନ୍ତି ଯେ, ଏହି ଘଟଣାରେ ତାଙ୍କର ସମଗ୍ର ପରିବାର ଅପମାନିତ ହୋଇଛନ୍ତି।
ସେ ଲେଖିଛନ୍ତି, ସବୁଦିନ ଆମ୍ଭମାନଙ୍କୁ ସର୍ବସାଧାରଣରେ ଅପମାନିତ କରାଯାଉଛି। ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟରେ ଜଣେ ନାରୀଙ୍କ ମର୍ଯ୍ୟାଦା ସହ ଖେଳ ଚାଲିଛି। ଆଜି ଯଦି ବାଲାସାହେବ ଥାଆନ୍ତେ, ସେ କଦାପି ଏକଥା ବରଦାସ୍ତ କରି ନ ଥାଆନ୍ତେ।
Image Courtesy of The Printଆଜି ସେ ନାହାନ୍ତି କିନ୍ତୁ, ଆପଣ ଅଛନ୍ତି। ଆପଣଙ୍କ ଭିତରେ ଆମେ ତାଙ୍କୁ ଦେଖୁଛୁ, ଆପଣଙ୍କୁ ବିଶ୍ୱାସ କରୁଛୁ। ମୋର ବିଶ୍ୱାସ ଆପଣ ମୋ ପରିବାର ଏବଂ ମୋ ପ୍ରତି ଅବିଚାର କରିବେ ନାହିଁ। ଜଣେ ମରାଠୀ ଭାବେ ମୁଁ ଆପଣଙ୍କ ଠାରୁ ନ୍ୟାୟ ବିଚାର ଆଶା କରୁଛି। ନ୍ୟାୟ ବିଚାର ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।
ପରେ ସମ୍ବାଦ ସରବରାହ ସଂସ୍ଥାନକୁ କ୍ରାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ମୁଁ ସମୟ ମାଗିଛି। କିନ୍ତୁ, ଏପର୍ଯ୍ୟନ୍ତ ଉତ୍ତର ପାଇନାହିଁ। ଉତ୍ତର ଅପେକ୍ଷାରେ ରହିଛି।
Follow Us