ଈଶ୍ବରଙ୍କ ଉପରେ ନିଜର ଆସ୍ଥା ପ୍ରକଟ କଲେ ଟ୍ରମ୍ପ୍‌: କହିଲେ ଭଗବାନ ମୋ ସହ ଥିଲେ

Advertisment
ଈଶ୍ବରଙ୍କ ଉପରେ ନିଜର ଆସ୍ଥା ପ୍ରକଟ କଲେ ଟ୍ରମ୍ପ୍‌: କହିଲେ ଭଗବାନ ମୋ ସହ ଥିଲେ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମିଲୱାକରେ ରିପବ୍ଲିକାନ୍ ନ୍ୟାସନାଲ କନକ୍ଲେଭରେ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତିଙ୍କ ନାମାଙ୍କନ ଗ୍ରହଣ କରିବା ବେଳେ ବିଶ୍ବାସ ଓ ଭକ୍ତିର କଥା କହିଛନ୍ତି। ଈଶ୍ବରଙ୍କ ଉପରେ ନିଜର ଆସ୍ଥା ପ୍ରକଟ କରି ସେ କହିଛନ୍ତି ବିଶ୍ବାସ ଓ ଭକ୍ତିର ସହିତ ମୁଁ ଗର୍ବର ସହିତ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଆପଣମାନଙ୍କ ନାମାଙ୍କନ ଗ୍ରହଣ କରିଛି।

୨୦ ବର୍ଷୀୟ ଯୁବକର ହତ୍ୟା ଉଦ୍ୟମକୁ ମନେ ପକାଇ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଈଶ୍ବରଙ୍କ ସକାଶେ ତାଙ୍କ ଜୀବନ ବଞ୍ଚିଯାଇଛି। ସେ କହିଛନ୍ତି ଯେ ମୋର ପକ୍ଷରେ ଭଗବାନ ଥିଲେ।
ଜନତା ପାଟି  କରୁଥିବା ବେଳେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ‘‘ମୁଁ ଆଜି ରାତିରେ ଏଠାରେ ରହିବା ଅନୁଚିତ, ସଂପୂର୍ଣ୍ଣ ଅନୁଚିତ।’’ ୭୮ ବର୍ଷୀୟ ରିପବ୍ଲିକାନ୍ ନେତା ରାଲିରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ୫୦ ବର୍ଷିୟ ଅଗ୍ନିଶମ ବାହିନୀ ତଥା ଦୁଇଜଣଙ୍କ ପିଲାଙ୍କ ପିତା କୋରୀ କମ୍ପାଟୋରଙ୍କ ପାଇଁ କିଛି ସମୟ ନୀରବତା ପାଳନ କରିଥିଲେ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅପମାନିତ କରିବା ଏବଂ ଅସନ୍ତୋଷକୁ ଅପରାଧୀକରଣ କରିବା ବିରୋଧରେ ଟ୍ରମ୍ପ ଚେତାବନୀ ଦେଇଛନ୍ତି।

ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ । ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଘୋଷଣା ହୋଇଛି । ସିନେଟର ଜେଡି ବେସ୍ ହେଉଛନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ । ଟ୍ରମ୍ପଙ୍କୁ ଗୁଳିମାଡ ପରେ ଆମେରିକାରେ ବଢିଛି ରାଜନୈତିକ ଉଷ୍ମତା ।

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ଆକ୍ରମଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପେନ୍ସିଲଭାନିଆରେ ରାଲି ବେଳେ ହୋଇଥିବା ଆକ୍ରମଣରେ ଡୋନାଲ୍ଡ ଟ୍ରମ୍ପ ଯଦିଓ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହି ଘଟଣା ଏବେ ଆମେରିକା ରାଜନୀତିରେ ଗୋଟିଏ ପ୍ରସଙ୍ଗ ତିଆରି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe