ଅନ୍ତର୍ଜାତୀୟ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଗିରଫ

Advertisment

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଓ ଆତଙ୍କବାଦୀ ସଙ୍ଗଠନ ଜମାତ-ଉଦ-ଦାବାର ପ୍ରମୁଖ ହାଫିଜ ସୟିଦ ବୁଧବାର ଗିରଫ ହୋଇଛି। ଏଥିସହିତ ହାଫିଜ ପୁଲଓ୍ଵାମ ଓ ଉରୀ ଆକ୍ରମଣରେ ବି ସମ୍ପୃକ୍ତ ଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ହାଫିଜକୁ ଗିରଫ କରାଯାଇ ନ୍ୟାୟିକ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି। ହାଫିଜ ଲାହୋରରୁ ଗୁଞ୍ଜରଓ୍ଵାଲା ଯାଉଥିବା ସମୟରେ ତାକୁ ଗିରଫ କରାଯାଇଛି। ପାକିସ୍ତାନର କାଉଣ୍ଟର ଟେରୋରିଜମ ଡିପାର୍ଟମେଣ୍ଟର  ଏହା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଆତଙ୍କନିରୋଧି ଅଦାଲତ (ଏଟିସି) ହାଫିଜ ସୟିଦ ଓ ତାର ତିନିଜଣ ସହଯୋଗୀ ହାଫିଜ ମସୁଦ, ଅମିର ହମଜା ଓ ମାଲିକ ଜଫରକୁ ୫୦-୫୦ ହଜାର ଟଙ୍କାର ଜରିମାନା ସହିତ ଏକ ଜମିକୁ ବେଆଇନ ଭାବେ ବ୍ୟବହାର କରୁଥିବା ଘଟଣାରେ ନେଇ ଅଗଷ୍ଟ ପର୍ଯ୍ୟନ୍ତ ଅନ୍ତିମ ଜାମିନ୍‌ ଦେଇଥିଲେ।

ପୂର୍ବରୁ ମଧ୍ୟ ଅନ୍ତର୍ଜାତୀୟ ସମୁଦାୟ ବିଶେଷ କରି ଆମେରିକାର ଚାପ ପଡ଼ିବାରୁ କୁଖାତ ଆତଙ୍କବାଦୀ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫଜ୍ ସଇଦକୁ  ଗିରଫ କରିଥିଲା । ହେଲେ ହାଫିଜ୍ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ପାକିସ୍ତାନର ଏକ କୋର୍ଟ ତାକୁ ନଜରବନ୍ଦୀରୁ ମୁକ୍ତ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe