ଇସଲାମାବାଦ: ପାକିସ୍ତାନର ମୁରିଦକେର ସେହି କମ୍ପ୍ଲେକ୍ସ, ଯାହାକୁ ଥରେ ଲସ୍କର-ଏ-ତୈବାର ଗଡ଼ ବୋଲି ବିବେଚନା କରାଯାଉଥିଲା, ଭାରତର କ୍ଷେପଣାସ୍ତ୍ର ଆକ୍ରମଣରେ ତାହା ଧ୍ୱଂସ ପାଇଯାଇଥିଲା। ଏବେ ଏହାକୁ ପୁନଃନିର୍ମାଣ କରାଯାଉଛି ଏବଂ ପାକିସ୍ତାନ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ଏହାକୁ 'ଶିକ୍ଷା ଏବଂ ସେବା କେନ୍ଦ୍ର' ବୋଲି କହିଛି।
ମେ’୭ ତାରିଖରେ ଭାରତ ପାକିସ୍ତାନର ୯ଟି ସ୍ଥାନରେ କ୍ଷେପଣାସ୍ତ୍ର ଏବଂ ବିମାନ ଆକ୍ରମଣ କରିଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି ପଞ୍ଜାବ ପ୍ରଦେଶର ମୁରିଦକେରେ ଅବସ୍ଥିତ ସେହି ୨୭ ହେକ୍ଟର ଧାର୍ମିକ ଏବଂ ଶିକ୍ଷାଗତ ସମ୍ମିଶ୍ରଣ, ଯାହାକୁ ଭାରତ ଦୀର୍ଘ ଦିନ ଧରି ଲସ୍କର-ଏ-ତୋଇବାର ଘାଟି ବୋଲି କହି ଆସୁଛି। କିନ୍ତୁ ମିଛୁଆ ପାକିସ୍ତାନ ଏହାକୁ ଟାଳି ଆସୁଥିଲା।
ଏହା ସେହି ଆତଙ୍କବାଦୀ ସଂଗଠନ ଯାହାକୁ ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ ବୋଲି ବିବେଚନା କରାଯାଉଥିଲା। ଏହି ସଂଗଠନର ମୁଖ୍ୟ ହାଫିଜ୍ ସଇଦ। ଭାରତ ଅଭିଯୋଗ କରୁଛି ଯେ, କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆକ୍ରମଣ, ଯେଉଁଥିରେ ୨୬ ଜଣ ପ୍ରାଣ ହରାଇଥିଲେ, ସେହି ନେଟୱାର୍କ ସହିତ ଜଡିତ ଏକ ଆତଙ୍କବାଦୀ ସଂଗଠନ ଦ୍ୱାରା କରାଯାଇଥିଲା। ପ୍ରତିଶୋଧ ସ୍ୱରୂପ, ଭାରତୀୟ ବାୟୁସେନା ମଧ୍ୟ ଏହି କଥିତ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା।
ମୁରିଦକେ କ୍ୟାମ୍ପସର ବର୍ତ୍ତମାନର ପ୍ରଶାସକ ମହମ୍ମଦ ଆଜମ ଭାରତର ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଜାପାନୀ ଖବର ଏଜେନ୍ସି କୟୋଡୋ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି ଯେ, ଏଠାରେ କେବଳ ମସଜିଦ୍, ସ୍କୁଲ, ହଷ୍ଟେଲ, କ୍ଲିନିକ୍ ଏବଂ ବୃତ୍ତିଗତ ତାଲିମ ଚାଲିଛି। ଏହା କୌଣସି ପ୍ରକାରେ ଆତଙ୍କବାଦୀ ଆଡ୍ଡା ନୁହେଁ।
ସେ କହିଛନ୍ତି ଯେ, ଏହି ସମ୍ପୂର୍ଣ୍ଣ କମ୍ପ୍ଲେକ୍ସ ଏବେ ପାକିସ୍ତାନ ସରକାର ଦ୍ୱାରା ତଦାରଖ କରାଯାଉଛି। ପ୍ରତ୍ୟେକ ଅନୁଷ୍ଠାନ ପାଇଁ ପୃଥକ୍ ସରକାରୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସରକାରୀ ଅଧିକାରୀମାନେ ପିଲାମାନଙ୍କ ଶିକ୍ଷାଠାରୁ ଆରମ୍ଭ କରି ସେମାନଙ୍କ ଖାଦ୍ୟ ଏବଂ ରହିବା ପର୍ଯ୍ୟନ୍ତ ସବୁକିଛିର ଯତ୍ନ ନେଉଛନ୍ତି।
ଆଜମ କହିଛନ୍ତି ଯେ, ଭାରତୀୟ ଆକ୍ରମଣରେ ତିନି ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସରକାରଙ୍କ ସ୍ଥାନାନ୍ତର ନିର୍ଦ୍ଦେଶ ସତ୍ତ୍ୱେ ସେମାନେ ପରିସରରେ ରହିଥିଲେ। ମସଜିଦର ଛାତ ଭୁଶୁଡ଼ି ପଡ଼ିଥିଲା, ଅନେକ ଆବାସିକ କୋଠା ଭାଙ୍ଗି ପଡ଼ିଥିଲା। କିନ୍ତୁ ପ୍ରଶାସନ ଦାବି କରୁଛି ଯେ, ଏହି କେନ୍ଦ୍ର ପୁଣି ଥରେ ଆରମ୍ଭ ହେବ। ଏହା ସେହି କମ୍ପ୍ଲେକ୍ସ ଯାହାକୁ ପୂର୍ବରୁ 'ମରକଜ-ଏ-ତୋଇବା' କୁହାଯାଉଥିଲା।
୧୯୮୭ ମସିହାରେ ହାଫିଜ୍ ସଇଦ ଏହାର ମୂଳଦୁଆ ସ୍ଥାପନ କରିଥିଲେ। କିନ୍ତୁ, ୨୦୧୯ ମସିହାରେ ସଇଦଙ୍କର ଗିରଫଦାରୀ ପରେ, ପାକିସ୍ତାନ ସରକାର ଏହି ସ୍ଥାନକୁ ନିଜ ଦଖଲକୁ ନେଇ ଏହାର ନାମ 'ସରକାରୀ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସଂକଳନ ଶେଖୁପୁରା' ରଖିଥିଲେ।
ଅଧିକ ପଢ଼ନ୍ତୁ: ମୋଦୀ ସରକାରଙ୍କ ସପକ୍ଷରେ କହିବେ ଓୱାସି: ବିଶ୍ୱ ସମ୍ମୁଖରେ ପାକିସ୍ତାନର ପର୍ଦ୍ଦାଫାସ କରିବେ
ଏଠାରେ ବର୍ତ୍ତମାନ ୧୪୦୦ ଛାତ୍ରଙ୍କ ପାଇଁ ଦୁଇଟି ବିଦ୍ୟାଳୟ ଏବଂ ୬୫୦ ଛାତ୍ରଙ୍କ ପାଇଁ ଏକ ମଦ୍ରାସା ଅଛି। ପାକିସ୍ତାନ ସରକାର ପରଦାର ପଛରେ ରହି ଏହାକୁ ଆତଙ୍କବାଦୀ ପାଠଶାଳା ଭାବେ କାର୍ଯ୍ୟକାରୀ କରୁଥିବା ଅଭିଯୋଗ ହେଉଛି। ମାତ୍ର ପାକିସ୍ତାନ ସରକାର ସେସବୁକୁ ଖଣ୍ଡନ କରି ଲଗାତାର ମିଛ କହିବା ଜାରି ରଖିଛନ୍ତି। ଏବେ ପାକିସ୍ତାନ ସରକାରଙ୍କ ମୁଖ୍ୟ ବିଶ୍ବ ସମଜା ଆଗରେ ଖୋଲି ଯାଇଥିଲେ ମଧ୍ୟ ସରକାର ନିଜର ପୁରୁଣା ଡାହା ମିଛ କହିବା ଅଭ୍ୟାସ ଛାଡି ପାରୁ ନାହାନ୍ତି।
ଅଧିକ ପଢ଼ନ୍ତୁ: ଦରକାର ନାହିଁ ତୁର୍କୀ ସେଓ, ଆମେ କିଣିବୁ କାଶ୍ମୀର ସେଓ... ତୁର୍କୀ ଫଳ ବ୍ୟାନ୍ ପରେ ବଢୁଛି କାଶ୍ମୀର ସେଓର ଚାହିଦା
hafiz-saeed | muridke-terrorist-complex
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/17/JyhVxEVfvnWbkiGEwvSt.jpg)