ନୂଆଦିଲ୍ଲୀ: ବିଶ୍ୱ ମଞ୍ଚରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ପ୍ରଦର୍ଶିତ କରିବା ପାଇଁ ଏକ କୂଟନୈତିକ ପଦକ୍ଷେପର ଅଂଶ ସ୍ୱରୂପ କେନ୍ଦ୍ର ସରକାର ଏକ ସର୍ବଦଳୀୟ ପ୍ରତିନିଧି ଦଳକୁ ବିଭିନ୍ନ ଦେଶ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥା ହେଉଛି ଏହି ପ୍ୟାନେଲରେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱାଇସିଙ୍କୁ ସାମିଲ କରାଯାଇଛି। ଫଳରେ ଓୱାଇସି ଏବେ ମୋଦୀ ସରକାରଙ୍କ ସପକ୍ଷରେ କହି ବିଶ୍ୱ ସମ୍ମୁଖରେ ପାକିସ୍ତାନର ପର୍ଦ୍ଦାଫାସ କରିବେ। ଏହିପରି ଭାବରେ, କେନ୍ଦ୍ର ସରକାର ଏକ ବାର୍ତ୍ତା ଦେଇଛନ୍ତି ଯେ, ଦଳୀୟ ମତଭେଦ ଥାଇପାରେ କିନ୍ତୁ ଯେତେବେଳେ ଦେଶର କଥା ଆସେ, ସମସ୍ତ ରାଜନୈତିକ ଦଳ ଏକାଠି ଅଛନ୍ତି।
ପହଲଗାମରେ ଆତଙ୍କବାଦୀମାନେ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିବା ପରେ ସାରା ଦେଶରେ କ୍ରୋଧ ପ୍ରକାଶ ପାଇଥିଲା। ଓୱାଇସିସି ସ୍ପଷ୍ଟ ଭାବରେ କହିଥିଲେ ଯେ, ଏବେ ପାକିସ୍ତାନକୁ ଉଚିତ୍ ଜବାବ ଦେବାର ସମୟ ଆସିଛି। ସେ କହିଥିଲେ, ପାକିସ୍ତାନ ଏକ ନିର୍ଲଜ୍ଜ ଏବଂ ବିଫଳ ଦେଶ। ଏପରି ପରିସ୍ଥିତିରେ, ଏବେ ପାକିସ୍ତାନକୁ ବୁଝାଇବାର ସମୟ ନୁହେଁ ବରଂ ଦଣ୍ଡ ଦେବାର ସମୟ।
जब तक पाकिस्तान भारत के खिलाफ आतंकवाद के लिए अपनी ज़मीन का इस्तेमाल करता रहेगा, तब तक स्थायी शांति संभव नहीं है। #सीज़फायर हो या न हो, हमें #पहलगाम हमले के लिए ज़िम्मेदार आतंकवादियों का पीछा नहीं छोड़ना चाहिए।
— Asaduddin Owaisi (@asadowaisi) May 10, 2025
जब जब बाहरी आक्रमण हुआ है मैं सरकार और सशस्त्र बलों के साथ खड़ा रहा… https://t.co/QJt3uMEWqJ
ସେତେବେଳେ ଓୱାଇସି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ କହିଥିଲେ ଯେ, ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିବା ନିର୍ମମତା। ସେ କହିଥିଲେ, ଭାରତକୁ ଏହି ଆକ୍ରମଣର ଉଚିତ୍ ଜବାବ ଦେବା ଜରୁରୀ। ଓୱାଇସି କହିଥିଲେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଜଣଙ୍କୁ କେନ୍ଦ୍ର ସରକାର ସହିଦ ମାନ୍ୟତା ଦେବା ଉଚିତ।
ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱାଇସି ସେନାର ଅପରେସନରେ ଖୁସି ପ୍ରକାଶ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଥିଲେ, ଆମର ପ୍ରତିରକ୍ଷା ବାହିନୀ ଦ୍ୱାରା ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଲକ୍ଷ୍ୟଭେଦ ଆକ୍ରମଣକୁ ମୁଁ ସ୍ୱାଗତ କରୁଛି।
ପାକିସ୍ତାନୀ ଡିପ୍ ଷ୍ଟେଟ୍କୁ ଏପରି କଠୋର ଶିକ୍ଷା ଦେବାକୁ ପଡିବ ଯେପରି ଆଉ ଏକ ପହଲଗାମ୍ ଆଉ କେବେ ନ ଘଟିବ। ପାକିସ୍ତାନର ଆତଙ୍କବାଦ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଜୟ ହିନ୍ଦ!
ଅଧିକ ପଢ଼ନ୍ତୁ: \ବ୍ରଜରାଜନଗର ନାବାଳକ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତକୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ନ୍ୟାୟାଳୟ
ଏନଡିଏ ସରକାର ସୀମାପାର ଆତଙ୍କବାଦ ବିରୁଦ୍ଧରେ ଅଭିଯାନକୁ ତୀବ୍ର କରିବା ପରେ, ବିଶେଷକରି ଅପରେସନ ସିନ୍ଦୁର ପରେ ସରକାରଙ୍କ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି। ଏହି ଅଭିଯାନ ଅନ୍ତର୍ଗତ, ଶାସକ ମେଣ୍ଟ ଏବଂ ପ୍ରମୁଖ ବିରୋଧୀ ଦଳଗୁଡ଼ିକର ସାଂସଦମାନଙ୍କୁ ନେଇ ଗଠିତ ପ୍ରତିନିଧିମଣ୍ଡଳୀ ଆମେରିକା, ବ୍ରିଟେନ ଏବଂ ଅନେକ ଇସଲାମିକ ଦେଶ ସମେତ ପାଞ୍ଚ କିମ୍ବା ଛଅଟି ଦେଶ ଗସ୍ତ କରିବେ।
ଏହି ପ୍ରତିନିଧିମଣ୍ଡଳୀମାନେ ରାଷ୍ଟ୍ରମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଏହି ଅଭିଯାନ ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ ଏବଂ ଆତଙ୍କବାଦ ବିରୁଦ୍ଧରେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବେ।
ଅଧିକ ପଢ଼ନ୍ତୁ: ସର୍ବଦଳୀୟ ପ୍ରତିନିଧି ଦଳରେ ଶଶୀଙ୍କ ନାଁ ଦେଖି ଚମକି ପଡ଼ିଲା କଂଗ୍ରେସ: ଉଠାଇଲା ପ୍ରଶ୍ନ, କୁଆଡ଼େ ଗଲା ଆମେ ଦେଇଥିବା ୪ ଜଣଙ୍କ ନାଁ...?
asaduddin-owaisi | AIMIM | BJP