ଶାହିନ୍‌ ବାଗ ବିରୋଧରେ ଆନ୍ଦୋଳନ ତେଜିଲା : ରାସ୍ତା ଅବରୋଧ ହଟାଇବା ଦାବି‌ରେ ବିକ୍ଷୋଭ

Advertisment
ଅମିତ ଶାହାଙ୍କ ସହ ନାଗରିକତା ଆଇନ ସଂପର୍କରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଲେ ସାହିନବାଗ ଆନ୍ଦୋଳନକାରୀ

India Today

ନୂଆଦିଲ୍ଲୀ : ଶାହିନ୍‌ ବାଗରେ ଦୀର୍ଘ ଦିନ ଧରି ଚାଲିଥିବା ସିଏଏ ବିରୋଧୀ ଧାରଣା ବିରୋଧରେ ଆଜି ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ଶାହିନ୍‌ ବାଗଠାରେ ସିଏଏ ବିରୋଧୀ ଆନ୍ଦୋଳନ ଯୋଗୁଁ ନୋଏଡା ଏବଂ କାଳିନ୍ଦୀକୁଞ୍ଜ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଆନ୍ଦୋଳନ ଯୋଗୁଁ ଦୀର୍ଘ ଦିନ ଧରି ଦିଲ୍ଲୀର ରାସ୍ତା ଅବରୋଧ ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ୁଛି। ଏଣୁ ଏହା ବିରୋଧରେ ଆଜି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଆନ୍ଦୋଳନକାରୀ ରାସ୍ତା ଅବରୋଧ ହଟାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶାହିନ୍‌ ବାଗରୁ ବ୍ୟାରିକେଡ୍‌ ହଟାଇବା ସହ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ମାସ ମାସ ଧରି ଯେଉଁମାନେ ଶାହିନ୍‌ ବାଗର ଧାରଣା ସ୍ଥଳରେ ବସିଛନ୍ତି, ସେମାନେ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ କରିଚାଲିଛନ୍ତି ଏବଂ ଆଉ ଅଧିକ ସମୟ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଉଭୟ ଆନ୍ଦୋଳନକାରୀ ଗୋଷ୍ଠୀଙ୍କ ମଧ୍ୟରେ ଶାନ୍ତି ବଜାୟ ରଖିବା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ଆନ୍ଦୋଳନକୁ ଶାନ୍ତ କରାଇବା ଉଦ୍ଦେଶ୍ୟରେ ପୁଲିସ ଏବେ ଉଭୟ ଗୋଷ୍ଠୀ ମଧ୍ୟରେ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିଛି। ଆଜିର ଆନ୍ଦୋଳନକାରୀଙ୍କ ମଧ୍ୟରେ ଅଧିକାଂଶ ‘ ‘ଖାଲି କରାଓ ଶାହିନ୍‌ ବାଗ୍‌ୱାଲୋ କୋ’ ‘ଗଦ୍ଦାରୋଁକୋ ଗୋଲି ମାରୋ’ ଭଳି ସ୍ଲୋଗାନ୍‌ ଶୁଣିବାକୁ ମିଳିଥିଲା। ଦୀର୍ଘ ୫୦ ଦିନ ଧରି ଆନ୍ଦୋଳନ ଚାଲିଥିବାରୁ ତୁରନ୍ତ ଶାହିନ୍‌ ବାଗ୍‌କୁ ଖାଲି ନକଲେ ଭୟାନକ ସ୍ଥିତି ଉପୁଜିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe