ମହାରାଷ୍ଟ୍ରରେ କୁଆପଥର ବର୍ଷା, ୫ ଜଣଙ୍କ ମୃତ୍ୟୁ

ରାଜସ୍ଥାନରେ ବଜ୍ରପାତ,୨ ମୃତ

ମହାରାଷ୍ଟ୍ରରେ କୁଆପଥର ବର୍ଷା, ୫ ଜଣଙ୍କ ମୃତ୍ୟୁ

The Economic Times

ମୁମ୍ବାଇ : ଦେଶରେ ବିଭିନ୍ନ ଅଂଶରେ ଗତ କିଛି ଦିନ ଧରି କୁଆପଥର ବର୍ଷା ହେଉଛି। ମହାରାଷ୍ଟ୍ରର ମରାଠାୱାଡ଼ା ଅଞ୍ଚଳ ଏଥିଯୋଗୁ ସର୍ବାଧିକ ପ୍ରଭାବିତ‌ ହୋଇଛି। କୁଆପଥର ବର୍ଷା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୪,୯୫୦ ‌ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ପରଭାନି ଜିଲ୍ଲାରେ ଶୁକ୍ରବାର କୁଆପଥର ବର୍ଷାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୩ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନର ନାଗୌର ଏବଂ ପାଲି ଜିଲ୍ଲାରେ ବଜ୍ରପାତରେ ୨ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ମାର୍ଚ୍ଚ ୧୮-୨୦ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ୧୦ ଜିଲ୍ଲାରେ ଝଡ଼ବର୍ଷା, ବଜ୍ରପାତ ଏବଂ କୁଆପଥର ବର୍ଷା ପାଇଁ ଆଲର୍ଟ ଜାରି ହୋଇଛି। ଦିଲ୍ଲୀରେ ମଧ୍ୟ ଆଜି ବର୍ଷା ହୋଇଛି।

ଇତି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଦେଶର ଦକ୍ଷିଣପଶ୍ଚିମ, କେନ୍ଦ୍ରୀୟ, ପୂର୍ବ ଏବଂ ଦକ୍ଷିଣ ଭାରତର ବିଭିନ୍ନ ଅଂଶରେ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe