ନୂଆଦିଲ୍ଲୀ: କର୍ଣ୍ଣାଟକର ବାଗଲାକୋଟ ଅଞ୍ଚଳସ୍ଥ କସୱେରୁ ଏକ ବିସ୍ଫୋରଣର ଘଟଣା ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ମହିଳା ଜଣକ ତାଙ୍କ ଦୁଇହାତର ପାପୁଲି ହରାଇ ଦେଇଛନ୍ତି। ପୀଡ଼ିତା ମହିଳାଙ୍କ ପରିଚୟ ବସମ୍ମା ୟାରାନଲ। ସେ ଜଣେ ସହିଦ ଯବାନଙ୍କ ଧର୍ମପତ୍ନୀ ଥିବା ଜଣାପଡ଼ିଛି। 
ପୁଲିସ ସୂତ୍ରରୁ ପ୍ରକାଶ, ବସମ୍ମା ୟାରାନଲ କିଛିଦିନ ତଳେ ଏକ ଘରୋଇ କୋରିୟର କମ୍ପାନି ଦ୍ବାରା ଡେଲିଭରି ହୋଇଥିବା ହେୟାର ଡ୍ରାୟର ଗ୍ରହଣ କରିଥିଲେ। ଏହି ପାର୍ସଲଟିରେ ଶଶିକଳାଙ୍କ ନାମ ଓ ମୋବାଇଲ ନମ୍ବର ଲେଖାଥିଲା।
କୋରିୟର ସେବା ଶଶିକଳାଙ୍କୁ ସମ୍ପର୍କ କରିବାରୁ ସେ ସହର ବାଇହାରେ ଥିଲେ। ଏହାପରେ ଶଶିକଳା ଫୋନ କରି ବସମ୍ମାଙ୍କୁ ଉକ୍ତ ପାର୍ସଲ ରିସିଭି କରିବାକୁ କହିଥିଲେ। ପାର୍ସଲ ରିସିଭି ପରେ ଶଶିକଳା ବସମ୍ମାଙ୍କୁ କହିଥିଲେ, ‘ମୁଁ ଗୋଟେ ହେୟାର ଡ୍ରାଏର ମଗାଇଛି। ତାହା କେମିତି ଆସିଛି କେମିତି କାମ କରୁଛି ଟିକେ ପରୀକ୍ଷା କରି ଦେଖି ନେବୁ।’
ଶଶିକଳାଙ୍କ କଥାରେ ବସମ୍ମା ହେୟାର ଡ୍ରାଏର ବ୍ୟବହାର କରିବା ପରେ ହଠାତ ତାହା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏତେ ଭୟାବହ ଥିଲା କି ବସମ୍ମା ଗୁରୁତର ଭାବେ ଆହତ ହୋଇଥିଲେ। ଚିକିତ୍ସା ପାଇଁ ପରିବାରଲୋକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ।
  
 Follow Us