ଦେଶର ୭୧୮ ଜିଲ୍ଲା ମଧ୍ୟରୁ ୩୬୪ ଜିଲ୍ଲା କୋଭିଡ୍‌-୧୯ ସଂକ୍ରମିତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Advertisment
ଦେଶର ୭୧୮ ଜିଲ୍ଲା ମଧ୍ୟରୁ ୩୬୪ ଜିଲ୍ଲା କୋଭିଡ୍‌-୧୯ ସଂକ୍ରମିତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

HWNews

ନୂଆଦିଲ୍ଲୀ: ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶ ବିଗତ ପ୍ରାୟ ତିନି ସପ୍ତାହ ଧରି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ମଧ୍ୟରେ ରହିଥିଲେ ବି ଏଯାବତ୍‌ ପ୍ରାୟ ଅଧା ଦେଶ ଅର୍ଥାତ୍‌ ୭୧୮ଟି ଜିଲ୍ଲା ମଧ୍ୟରୁ ଅର୍ଦ୍ଧେକ ଜିଲ୍ଲାକୁ କରୋନା ବା କୋଙିଡ୍‌-୧୯ ସଂକ୍ରମିତ କରିଛି। ଅତ୍ୟନ୍ତ ସଂକ୍ରମଣ ପ୍ରବଣ କରୋନା ଭାଇରସ୍‌ ଏହି ୭୧୮ଟି ଜିଲ୍ଲା ମଧ୍ୟରୁ ୧୨୦ ଜିଲ୍ଲାରେ ବିଗତ ମାତ୍ର ୧୦ ଦିନ ମଧ୍ୟରେ ନିଜର କାୟା ବିସ୍ତାର କରିବାରେ ସମର୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜାଣିବାକୁ ମିଳିଛି। ଦେଶରେ ଗତ ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦୦ ଥିବା ମାତ୍ର ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ଆଜି ୮୩୫୬କୁ ବୃଦ୍ଧି ପାଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

publive-image NewsNation

ଗତ ମାର୍ଚ୍ଚ ୨୯ ସୁଦ୍ଧା ଦେଶର ୧୬୦ ଜିଲ୍ଲା କରୋନା ସଂକ୍ରମିତ ହୋଇଥିବା ବେଳେ ଅପ୍ରେଲ ୬ ବେଳକୁ ସଂକ୍ରମିତ ଜିଲ୍ଲା ସଂଖ୍ୟା ୨୮୪ରେ ପହଞ୍ଚିଥିଲା। ଆଜି ସୁଦ୍ଧା ଦେଶର ୩୬୪ଟି ଜିିଲ୍ଲା କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟରେ ଉତ୍ତରପ୍ରଦେଶର ସର୍ବାଧିକ ୪୦ଟି ଜିଲ୍ଲା ରହିଥିବା ବେଳେ ତାମିଲନାଡ଼ୁର ୩୩ଟି ଜିଲ୍ଲା ରହିଛି। ମହାରାଷ୍ଟ୍ରର ୨୭ ଜିଲ୍ଲାରେ ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ରହିଥିବା ବେଳେ ଦିଲ୍ଲୀର ୧୧ଟି ଜିଲ୍ଲାରେ ୧୦୦୦ରୁ ଅଧିକ ସଂକ୍ରମିତ ରହିଛନ୍ତି ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe