ୟୁକ୍ରେନ୍‌ର ଅଧା ଅଞ୍ଚଳ ଅନ୍ଧାରରେ: ପରମାଣୁ କେନ୍ଦ୍ରରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ରୁଷ୍‌ ନିୟନ୍ତ୍ରଣରେ

Advertisment
ୟୁକ୍ରେନ୍‌ର ଅଧା ଅଞ୍ଚଳ ଅନ୍ଧାରରେ: ପରମାଣୁ କେନ୍ଦ୍ରରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ରୁଷ୍‌ ନିୟନ୍ତ୍ରଣରେ

Encyclopedia Britannica

କିବ୍‌: ରୁଷ ସେନାର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ୍‌ର ଅର୍ଦ୍ଧାଧିକ ଅଞ୍ଚଳ ଛାରଖାର ହୋଇଯାଇଥିବା ବେଳେ ଏବେ ବିଦ୍ୟୁତ ସଙ୍କଟ ଭୟାନକ ସ୍ଥିତି ସୃଷ୍ଟି କରିଛି। ୟୁକ୍ରେନ୍‌ ବ୍ୟବହାର କରୁଥିବା ବିଦ୍ୟୁତ ଶକ୍ତିର ୫୨ ପ୍ରତିଶତ ପରମାଣୁ ଶକ୍ତିରୁ ଆସୁଥିବା ବେଳେ ୨୮ ପ୍ରତିଶତ କୋଇଲା, ୮ ପ୍ରତିଶତ ପ୍ରାକୃତିକ ଗ୍ୟାସ ଏବଂ ୧୦ ପ୍ରତିଶତ ଅକ୍ଷୟ ଶକ୍ତି ଆଧାରିତ। ରୁଷ୍‌ ସେନା ନିୟନ୍ତ୍ରଣକୁ ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ର ଯିବାପରେ ଏହାର ବିଦ୍ୟୁତ ଉତ୍ପାଦନ ଓ ଯୋଗାଣକୁ ଏବେ ରୁଷ୍‌ ସେନା ନିୟନ୍ତ୍ରଣ କରୁଛି। ୟୁରୋପର ସବୁଠାରୁ ବଡ଼ ପରମାଣୁ କେନ୍ଦ୍ର ଜାପୋରିଝିଆକୁ ରୁଷ୍‌ ଏବେ ପୂର୍ଣ୍ଣ ନିୟନ୍ତ୍ରଣରେ ରଖି ୟୁକ୍ରେନ୍‌ର ସମସ୍ୟା ବଢ଼ାଇ ଦେଇଛି । ବ୍ୟାପକ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରିଦିଆଯାଇଥିବା ବେଳେ ୟୁକ୍ରେନ୍‌ ପାଖରେ ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ଅକ୍ତିଆର କରିଥିବା ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ଜାରି ରହିଥିବା ବେଳେ ଅନ୍ୟ ସବୁ ଅଞ୍ଚଳ ଅନ୍ଧାରରେ ବୁଡ଼ି ରହିଛି। ଖେରସନ୍‌ ଏବଂ ଖାରକିଭ୍‌ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରି ରୁଷ୍‌ ନାଗରିକମାନଙ୍କୁ ଅଞ୍ଚଳ ଛାଡ଼ିବାକୁ ଏକପ୍ରକାର ବାଧ୍ୟ କରିଛି।

ଅନ୍ୟପକ୍ଷେ ୟୁକ୍ରେନ୍‌ କହିଛି ଏହା କିଛି ଅଞ୍ଚଳରେ ରୁଷ୍‌ର ଆକ୍ରମଣ ଯୋଜନାକୁ ବିଫଳ କରିଛି। ପୂର୍ବ ୟୁକ୍ରେନ୍‌ରେ କିଛି ଅଞ୍ଚଳକୁ ୟୁକ୍ରେନ୍‌ ରୁଷ୍‌ଠାରୁ ଅକ୍ତିଆର କରିନେଇଛି। ୟୁକ୍ରେନ୍‌ ସେନା କହିଛି ଯେ ସେମାନେ ଦକ୍ଷିଣ ଅଞ୍ଚଳ ଖେରସନ୍‌ ଏବଂ ମାଇକୋଲେବ୍‌ ସୀମା ନିକଟରେ କିଛି ସଫଳତା ହାସଲ କରିଛନ୍ତି। ଡୋନେସ୍କ ଏବଂ ଲୁହାଂସ୍କରେ ସେମାନେ ରୁଷ୍‌ର ୧୧ଟି ଆକ୍ରମଣକୁ ପଣ୍ଡ କରିଥିବା କହିଛନ୍ତି। ଡୋନବାସରେ ରୁଷ୍‌ର ଗୋଳାବର୍ଷା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe