ତୃଣମୂଳ ଛାଡ଼ିଲେଣି ଅଧା ନେତା! ଆଜି ସରିବ ପ୍ରଥମ ପର୍ଯ୍ୟାୟ ପ୍ରଚାର

Advertisment
ତୃଣମୂଳ ଛାଡ଼ିଲେଣି ଅଧା ନେତା! ଆଜି ସରିବ ପ୍ରଥମ ପର୍ଯ୍ୟାୟ ପ୍ରଚାର

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆସନ୍ତାକାଲି ସରିବ। ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ହେଭିୱେଟ୍‌ ନେତାମାନେ ଏଠି ଡେରା ପକାଇଛନ୍ତି। ଦିନକୁ ୪-୫ ସଭାରେ ଯୋଗ ଦେଉଛନ୍ତି। ଗତ ଲୋକସଭା ନିର୍ବାଚନର ଫଳାଫଳକୁ ଦୃଷ୍ଟିରେ ରଖି ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିବା ବେଳେ ଏହାକୁ ଅଧିକ ଉଜ୍ଜୀବିତ କରିଛି ତୃଣମୂଳର ଅର୍ଦ୍ଧାଧିକ ନେତାଙ୍କ ଦଳତ୍ୟାଗ। ଅସନ୍ତୁଷ୍ଟ ନେତାମାନେ ତୃଣମୂଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପିକୁ ଭୋଟ୍‌ ନଦେବା ପାଇଁ ମମତା ଭୋଟର୍‌ମାନଙ୍କୁ କହୁଛନ୍ତି। ରାଜ୍ୟବାସୀ ପରିବର୍ତ୍ତନ ସପକ୍ଷରେ ଥିବାରୁ ତୃଣମୂଳ ପାଇଁ ବିପଦ ହୋଇପାରେ ବୋଲି କୁହାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମଧ୍ୟ ପଶ୍ଚିମବଂଗରେ ରୢାଲି କରି ଟିଏମ୍‌ସି ଉପରେ କଡ଼ା ପ୍ରହାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe