ହାଲୁଆ ବାଣ୍ଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଦେଶରେ ବଜେଟ୍ ୨୦୨୫ ପ୍ରସ୍ତୁତି ଓ ଉପସ୍ଥାପନ ପ୍ରକ୍ରିୟା ଶୁକ୍ରବାର ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନର୍ଥ ବ୍ଲକରେ ତାଙ୍କ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ପାରମ୍ପରିକ ହାଲୁଆ ସମାରୋହ ପାଳନ କରିଥିଲେ।

halwa

ନୂଆଦିଲ୍ଲୀ: ଦେଶରେ ବଜେଟ୍ ୨୦୨୫ ପ୍ରସ୍ତୁତି ଓ ଉପସ୍ଥାପନ ପ୍ରକ୍ରିୟା ଶୁକ୍ରବାର ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନର୍ଥ ବ୍ଲକରେ ତାଙ୍କ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ପାରମ୍ପରିକ ହାଲୁଆ ସମାରୋହ ପାଳନ କରିଥିଲେ। ଏହି ସମାରୋହ ସହିତ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ସହ ଜଡ଼ିତ ସମସ୍ତ ଲୋକଙ୍କୁ ବଜେଟ୍ ଉପସ୍ଥାପନ ନ ହେବା ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରଣାଳୟରେ ବନ୍ଦ କରି ରଖାଯିବ। ନା ସେମାନେ ଘରକୁ ଯାଇପାରିବେ ନା ପରିବାରର କୌଣସି ସଦସ୍ୟଙ୍କ ସହ କଥା ହୋଇପାରିବେ। ତେବେ ଏହି ହାଲୁଆ ସମାରୋହ ଏତେ ସ୍ୱତନ୍ତ୍ର କାହିଁକି ?

ହାଲୁଆ ଉତ୍ସବ କେବେଠାରୁ ଆରମ୍ଭ ହୋଇଛି ତାହାର ଐତିହାସିକ ତଥ୍ୟ ଯଦିଓ ଉପଲବ୍ଧ ନାହିଁ ତଥାପି ଏହା ଏକ ପରମ୍ପରାରେ ପରିଣତ ହୋଇସାରିଛି। ଅର୍ଥ ମନ୍ତ୍ରାଳୟ ବା ନର୍ଥ ବ୍ଲକର ବେସମେଣ୍ଟରେ ବଜେଟ ଛପାଯାଇଥାଏ। ସେଠାରେ ବଜେଟ୍ ପ୍ରେସ୍ ରହିଛି। ଏଠାକୁ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଯାଇଥାନ୍ତି ସେମାନଙ୍କୁ ବଜେଟ୍ ଉପସ୍ଥାପନ ହେବା ପର୍ଯ୍ୟନ୍ତ ଅଲଗା ରହିବାକୁ ପଡ଼ିଥାଏ। ବାହାର ଦୁନିଆ ସହିତ ସେମାନଙ୍କର ସଂପର୍କ ବିଚ୍ଛିନ୍ନ ରହିଥାଏ। କେବଳ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାରିକୁ ସେଠାକୁ ଯିବାଆସିବା ଲାଗି ଅନୁମତି ଦିଆଯାଇ ନଥାଏ। ଏପରିକି ମୋବାଇଲ ଫୋନ୍ କିମ୍ବା କୌଣସି ଡିଜିଟାଲ ଉପକରଣ ସେମାନେ ସାଥିରେ ନେଇପାରି ନଥାନ୍ତି। ନର୍ଥ ବ୍ଲକରେ ମୋବାଇଲ୍ ଜାମର ମଧ୍ୟ ଲଗାଇ ଦିଆଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe