‘ହମାରା ସିଦ୍ଧୁ କିଧର ହୈ’ ଭିଡିଓ ଭାଇରାଲ

‘ହମାରା ସିଦ୍ଧୁ କିଧର ହୈ’ ଭିଡିଓ ଭାଇରାଲ

news nation

ନୂଆଦିଲ୍ଲୀ: ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ସେ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ‘ହମାରା ସିଦ୍ଧୁ କିଧର ହୈ’ କହି ତାଙ୍କୁ ଖୋଜିଥିଲେ। ନଭେମ୍ବର ୯ରେ କର୍‌ତାରପୁର କରିଡରର ଉଦଘାଟନ କାର୍ଯ୍ୟକ୍ରମ ଥିବା ‌ବେଳେ ନିଜର ଅଧିକାରୀମାନଙ୍କ ସହ ସେଠାରେ ପହଞ୍ଚିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌। ସେଠାରେ ପହଞ୍ଚିବା ମାତ୍ରେ ‘ହମାରା ସିଦ୍ଧୁ କିଧର ହୈ’ ବୋଲି ପଚାରିଥିଲେ ଇମ୍ରାନ୍‌। ସିଦ୍ଧୁଙ୍କୁ ଏଭଳି ଆଗ୍ରହର ସହ ଖୋଜିବା ଅନ୍ୟମାନଙ୍କୁ ଚକିତ କରିଥିଲା। ପାକ୍ ପ୍ରଧାନମନ୍ତ୍ରୀ ନିଜର ଅନ୍ୟ କିଛି ଅଧିକାରୀଙ୍କ ସହ ଠିଆ ହୋଇଥିବା ବେଳେ ‘ଆଚ୍ଛା ହମାରା ସିଦ୍ଧୁ କିଧର ହେ, ମେଁ କେହ୍ ରହା ହୁଁ ହମାରା ସିଦ୍ଧୁ କିଧର ହୈ’ କହୁଥିବା ଏହି ଭାଇରାଲ୍‌ ଭିଡିଓରେ ଶୁଣିବାକୁ ମିଳୁଛି। ଭିଡିଓଟିକୁ ନିଜେ ଇ୍ରମାନ୍‌ ଟ୍ବିଟର୍‌ରେ ସେୟାର କରିବା ପରେ, ତାହା ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe