ଲୋକଙ୍କୁ ଜିଅନ୍ତା ଜାଳିଛି ହମାସ୍‌: ପଣବନ୍ଦୀ ଥିବା ବ୍ୟକ୍ତିଙ୍କ ପ୍ରଥମ ଭିଡିଓ ଜାରି କଲା

Advertisment

ଇସ୍ରାଏଲ ଜେଲ୍‌ରେ ଥିବା ପାଲେଷ୍ଟିନୀୟଙ୍କୁ ମୁକୁଳା‌ଇବାପାଇଁ ହମାସ୍‌ ପଣବନ୍ଦୀଙ୍କୁ ବ୍ୟବହାର କରୁଛି

ଇସ୍ରାଏଲ ଜେଲ୍‌ରେ ଥିବା ପାଲେଷ୍ଟିନୀୟଙ୍କୁ ମୁକୁଳା‌ଇବାପାଇଁ ହମାସ୍‌ ପଣବନ୍ଦୀଙ୍କୁ ବ୍ୟବହାର କରୁଛି

ଲୋକଙ୍କୁ ଜିଅନ୍ତା ଜାଳିଛି ହମାସ୍‌: ପଣବନ୍ଦୀ ଥିବା ବ୍ୟକ୍ତିଙ୍କ ପ୍ରଥମ ଭିଡିଓ ଜାରି କଲା

Global News

ଟେଲ୍‌ ଅଭିଭ୍‌: ହମାସ୍‌ ଆକ୍ରମଣରେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଅନେକ ଲୋକଙ୍କ ଉପରେ ଏଭଳି ବର୍ବର ଆକ୍ରମଣ ହୋଇଛି ଯେ ସେମାନଙ୍କ ଶବ ଚିହ୍ନଟ କରିହେଉନି। ଶବ ଚିହ୍ନଟ କରିବାପାଇଁ ଇସ୍ରାଏଲର ନେସ୍‌ନାଲ ସେଣ୍ଟର ଫର୍‌ ଫରେନ୍ସିକ ମେଡିସିନ୍‌ରେ ବିଶେଷଜ୍ଞମାନେ ଶତାଧିକ ଦେହାବଶେଷ ପରୀକ୍ଷା କରୁଛନ୍ତି। ଅଧିକାଂଶ ବ୍ୟକ୍ତିଙ୍କ ଶରୀର ଅତ୍ୟନ୍ତ ଭୟଙ୍କର ଭାବେ ଜଳି ଯାଇଛି। ବିଶେଷଜ୍ଞମାନେ ଡିଏନ୍‌ଏ ସାମ୍ପଲ, ଫିଙ୍ଗରପ୍ରିଣ୍ଟ୍‌ ଏବଂ ଡେଣ୍ଟାଲ ରେକର୍ଡକୁ ବ୍ୟବହାର କରି ଦେହାବ‌ଶେଷଗୁଡ଼ିକୁ ଭଲଭାବେ ଅଧ୍ୟୟନ କରୁଛନ୍ତି। ଅଧ୍ୟୟନରୁ ଜଣାପଡ଼ିଛି ଯେ ହମାସ୍‌ ଆତଙ୍କବାଦୀମାନେ ବ୍ୟକ୍ତିଙ୍କୁ ବାନ୍ଧି ସେମାନଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ସେହିପରି ଆହୁରି ଅନେକଙ୍କ ହାତ ବାନ୍ଧି ବ୍ଲେଡ୍‌ରେ କାଟି ଦେଇଥିବା ଜଣାପଡ଼ିଛି। ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି ଏବଂ ନିର୍ମମ ନିର୍ଯାତନା ଦିଆଯାଇଛି। ଅନ୍ୟପକ୍ଷେ ହମାସ୍‌ ଆଜି ପଣବନ୍ଦୀ ରଖିଥିବା ଇସ୍ରାଏଲୀ ନାଗରିକଙ୍କ ମଧ୍ୟରୁ ଜଣଙ୍କ ଭିଡିଓ ଜାରି କରିଛି। ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ଜଣେ ମୁଖପାତ୍ର ଅବୁ ଓବେଇଦା ଏକ ବିବୃତି ଜାରି କରି କହିଛି, ହମାସ ପକ୍ଷରୁ ପାଖାପାଖି ୨୦୦ରୁ ୨୫୦ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ କରି ରଖାଯାଇଛି। ହମାସ ପକ୍ଷରୁ ଭୂତଳ ନେଟୱର୍କ‌୍ ଟନେଲ୍‌ ବ୍ୟବହାର କରାଯାଇଛି।

ଅନ୍ୟପକ୍ଷରେ ଇସ୍ରାଏଲ ବିମାନ ଆକ୍ରମଣରେ ୨୨ ପଣବନ୍ଦୀଙ୍କ ମୃତ୍ୟୁ ହୋଇଛି ବୋଲି ହମାସ ଦାବି କରିଛି। ସୋମବାର ହମାସ ପକ୍ଷରୁ ପଣବନ୍ଦୀଙ୍କର ଏକ ଛୋଟ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ମିଆ ଶେମ ନାମକ ଜଣେ ୨୧ ବର୍ଷର ଯୁବତୀଙ୍କୁ ଦେଖିବାକୁ ମିଳିଛି। ମିଆ ଶେମ୍‌ଙ୍କ ଶରୀରରେ ଆଘାତ ଲାଗିଛି ଏବଂ ସେ ଚିକିତ୍ସାଧୀନ ଅଛନ୍ତି। ଗାଜାରେ ତାଙ୍କ ଦୁଃଖ ଓ ଯନ୍ତ୍ରଣା ସଂକ୍ରାନ୍ତରେ ସେ ବଖାଣିଛନ୍ତି। ଏହି ଭିଡିଓରେ ସେ ତାଙ୍କୁ ଇସ୍ରାଏଲ ଫେରାଇ ଆ‌ଣିବାପାଇଁ ଅନୁରୋଧ କରିଛନ୍ତି। ତେବେ ଭିଡିଓଟି ୬ ଦିନ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଅନ୍ୟପ‌କ୍ଷେ ଇସ୍ରାଏଲ ଜେଲ୍‌ରେ ଥିବା ସମସ୍ତ ପାଲେଷ୍ଟିନୀୟଙ୍କୁ ମୁକ୍ତ କରିବାପାଇଁ ହମାସ ପଣବନ୍ଦୀଙ୍କୁ ବ୍ୟବହାର କରିବ ବୋଲି ସଙ୍କେତ ଦେଇଛି। ଜଣେ ଶୀର୍ଷ ହମାସ କମାଣ୍ଡର ସୋମବାର ଏନେଇ ସୂଚନା ଦେଇଛି। ହମାସ୍‌ ଇସ୍ରାଏଲ ଜେଲ୍‌ରେ ଥିବା ସମସ୍ତ ପାଲେଷ୍ଟିନୀୟଙ୍କୁ ମୁକୁଳାଇବାକୁ ଚାହେ ବୋଲି ସେ କହିଛି। ତେବେ ଏହାପରେପରେ ହମାସ୍‌ ଗୋଷ୍ଠୀ ପକ୍ଷରୁ ପୃଥକ୍‌ ଭାବେ ଏକ ବିବୃତି ଜାରି କରି କୁହାଯାଇଛି ଯେ ଅଣ ଇସ୍ରାଏଲୀମାନେ ହେଉଛନ୍ତି ଅତିଥି ଏବଂ ସେମାନଙ୍କୁ ପରିସ୍ଥିତି ଦେଖି ମୁକୁଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe