ଇସ୍ରାଏଲ ଆକ୍ରମଣରେ ହମାସର ବରିଷ୍ଠ କମାଣ୍ଡର ଅଲ୍ଲୀ କାଦି ନିହତ

Advertisment
ଇସ୍ରାଏଲ ଆକ୍ରମଣରେ ହମାସର ବରିଷ୍ଠ କମାଣ୍ଡର ଅଲ୍ଲୀ କାଦି ନିହତ

ଗାଜା :ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଆଉ ଜଣେ ହମାସ୍ କମାଣ୍ଡରକୁ ମାରିଦେଇଛି । ସେ ହେଉଛି ଅଲ୍ଲୀ କାଦି । ସେ ଗତ ସପ୍ତାହରେ ଦକ୍ଷିଣ ଇସ୍ରାଏଲ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣର ନେତୃତ୍ୱ ନେଇଥିଲା ।

ଆଇଡିଏଫ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛି, 'ଅଲ୍ଲୀ କାଦି ଅକ୍ଟୋବର ୭ ତାରିଖରେ ଇସ୍ରାଏଲରେ ସାଧାରଣ ନାଗରିକଙ୍କ ଅମାନୁଷିକ, ବର୍ବର ହତ୍ୟାକାଣ୍ଡର ନେତୃତ୍ୱ ନେଇଥିଲା । ଆମେ ତାକୁ ହତ୍ୟା କରିଛୁ। ଆଗକୁ ସବୁ ହମାସ ଆତଙ୍କବାଦୀ ସମାନ ଦଶା ଭୋଗିବେ ।

ଆଇଡିଏଫ୍ ଅନୁଯାୟୀ, ସିନ୍ ବେଟ୍ ସୁରକ୍ଷା ଏଜେନ୍ସି ଏବଂ ସାମରିକ ଗୁଇନ୍ଦା ନିର୍ଦ୍ଦେଶାଳୟର ମି​​ଳିତ ଉଦ୍ୟମ କ୍ରମେ ଏକ ଡ୍ରୋନ୍ ଆକ୍ରମଣ କରି ଅଲ୍ଲୀ କାଦିକୁ ମରାଯାଇଛି । ସେ ହମାସର ନୁଖବା ୟୁନିଟର କମାଣ୍ଡର ଥିଲା । ଇସ୍ରାଏଲ ନାଗରିକଙ୍କୁ ଅପହରଣ ଏବଂ ହତ୍ୟା ଅଭିଯୋଗରେ କାଦିକୁ ୨୦୦୫ରେ ଇସ୍ରାଏଲ ଗିରଫ କରାଯାଇଥିଲା । ୨୦୧୧ ଗିଲାଡ୍ ଶାଲିଟ୍ କଏଦୀ ବିନିମୟ ଯୋଜନାର ଏକ ଅଂଶ ଭାବରେ କାଦିକୁ ଗାଜା ଷ୍ଟ୍ରିପ୍ ରେ ମୁକ୍ତ କରାଯାଇଥିଲା।

ଏହା ପୂର୍ବରୁ  ଆଇଡିଏଫ କହିଥିଲା ଯେ, ଅକ୍ଟୋବର ୭ ଆତଙ୍କବାଦୀ ଆକ୍ରମଣର ନେତୃତ୍ବ ନେଇଥିବା ହମାସ ବାୟୁସେନା ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ଅବୁ ମୁରାଦ ନିହତ ହୋଇଛି । ସେ ଗ୍ଲାଇଡରରେ ବସି ଆତଙ୍କବାଦୀ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe