ଇସ୍ରାଏଲ ଆକ୍ରମଣରେ ହମାସ ସେଣ୍ଟ୍ରାଲ ବ୍ରିଗେଡ୍ ମୁଖ୍ୟ ଆୟମାନ ନୋଫେଲ ମୃତ

Advertisment
ଇସ୍ରାଏଲ ଆକ୍ରମଣରେ ହମାସ ସେଣ୍ଟ୍ରାଲ ବ୍ରିଗେଡ୍ ମୁଖ୍ୟ ଆୟମାନ ନୋଫେଲ ମୃତ

ଖାନ୍ ୟୁନିସ୍ : ପାଲେଷ୍ଟାଇନ ଚରମପନ୍ଥୀ ସଂଗଠନ ହମାସ ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧରେ ଏକ ବଡ଼ ସଫଳତା ମିଳିଛି । ଇସ୍ରାଏଲ ବାୟୁ ସେନାର ଆକ୍ରମଣରେ ହମାସର ସେଣ୍ଟ୍ରାଲ ବ୍ରିଗେଡର ମୁଖ୍ୟ ଆୟମାନ ନୋଫେଲ ନିହତ ହୋଇଛି । ଏହି ଆକ୍ରମଣରେ ଆଉ ଦୁଇ ହମାସ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ।

ଗାଜା ଉପତ୍ୟକାରେ ଇସ୍ରାଏଲ ବୋମାମାଡ଼ରେ ନିହତ ହୋଇଥିବା ହାମାସର ସବୁଠାରୁ କୁଖ୍ୟାତ ଉଗ୍ରବାଦୀ ହେଉଛନ୍ତି ଆୟମାନ ନୋଫେଲ। ମଙ୍ଗଳବାର ଦିନ କେନ୍ଦ୍ରୀୟ ଗାଜା ଉପତ୍ୟକାରେ ଥିବା ବୁରେଜି କ୍ୟାମ୍ପକୁ ଟାର୍ଗେଟ କରି ହୋଇଥିବା ଇସ୍ରାଏଲର ଆକ୍ରମଣରେ ନୋଫେଲ ମୃତ୍ୟୁବରଣ କରିଥିଲା । ସେ ମଧ୍ୟ ଅବୁ ମହମ୍ମଦ ନାମରେ ପରିଚିତ ଥିଲା ।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ମାଇକ୍ରୋ ବ୍ଲଗିଂ ସାଇଟ 'ଏକ୍ସ'ରେ ଆୟମାନ ନୋଫଫେଲ ଉପରେ ହୋଇଥିବା ଆକ୍ରମଣର ଏକ ଭିଡିଓ ପୋଷ୍ଟ କରିଛି । ଆଇଡିଏଫ ଲେଖିଛି, ଆମେ ହାମାସର ଜଣେ ଶୀର୍ଷ ଆତଙ୍କବାଦୀ ଆୟମାନ ନୋଫାଲକୁ ହତ୍ୟା କରିଛୁ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଇସ୍ରାଏଲରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିବା ବେଳେ ଆଇଡିଏଫ ଏହି ପଦକ୍ଷେପ ନେଇଛି।

ଆଇଡିଏଫ କହିଛି ଯେ ନୋଫେଲ ଇସ୍ରାଏଲର ସାଧାରଣ ନାଗରିକଙ୍କ ଉପରେ ଅନେକ ଆକ୍ରମଣର ନେତୃତ୍ୱ ନେଇଥିଲା ଏବଂ ଆତଙ୍କବାଦୀ ସଂଗଠନର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe