ବନ୍ଧକଙ୍କୁ ମୁକ୍ତ କରିବାକୁ ପୁଣି ମନା କଲା ହମାସ୍

ଗାଜା ଉପତ୍ୟକାରୁ ବନ୍ଧକମାନଙ୍କୁ ସୁରକ୍ଷିତ ପ୍ରତ୍ୟାର୍ପଣ ପାଇଁ ଇସ୍ରାଏଲର ପ୍ରସ୍ତାବକୁ ହାମାସ ପ୍ରତ୍ୟାଖ୍ୟାନ କରିଛି। ଏହା ସହିତ ଅସ୍ତ୍ରଶସ୍ତ୍ର ତ୍ୟାଗ ପାଇଁ ମଧ୍ୟ ହମାସ ରାଜି ହୋଇନାହିଁ । 

 The Times of Israel

କାଇରୋ : ଗାଜା ଉପତ୍ୟକାରୁ ବନ୍ଧକମାନଙ୍କୁ ସୁରକ୍ଷିତ ପ୍ରତ୍ୟାର୍ପଣ ପାଇଁ ଇସ୍ରାଏଲର ପ୍ରସ୍ତାବକୁ ହାମାସ ପ୍ରତ୍ୟାଖ୍ୟାନ କରିଛି। ଏହା ସହିତ ଅସ୍ତ୍ରଶସ୍ତ୍ର ତ୍ୟାଗ ପାଇଁ ମଧ୍ୟ ହମାସ ରାଜି ହୋଇନାହିଁ । 

ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ମୁଖ୍ୟ ବୁଝାମଣାକାରୀ ତଥା ମୋସାଦର ମୁଖ୍ୟ ଡେଭିଡ୍ ବାର୍ନିଆ ଏହି ପ୍ରସ୍ତାବ ଦେଇଛନ୍ତି। ଆଲୋଚନା ପାଇଁ କୌଣସି ସକାରାତ୍ମକ ଅଗ୍ରଗତି ହେଉନଥିବାରୁ ଏହି ପରିସ୍ଥିତି ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢାଇପାରେ । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଉତ୍ତେଜନା ମଧ୍ୟପ୍ରାଚ୍ୟରେ ନିରାପତ୍ତାକୁ ଦୁର୍ବଳ କରିପାରେ ଏବଂ ସମ୍ଭାବ୍ୟ ଅସ୍ତ୍ରବିରତି ସମ୍ଭାବନା ଉପରେ ପ୍ରଶ୍ନ ଉଠାଇପାରେ ।

ଏହି ବୈଠକର ଉଦ୍ଦେଶ୍ୟ ଥିଲା ଗାଜା ଉପତ୍ୟକାର ସାମ୍ପ୍ରତିକ ପରିସ୍ଥିତି ଏବଂ ଶାନ୍ତି ପ୍ରତିଷ୍ଠାର ଉପାୟ ଉପରେ ଆଲୋଚନା କରିବା। ଗାଜାରେ ପୁଣି ଅସ୍ତ୍ରବିରତି ଆଲୋଚନା ଆରମ୍ଭ କରିବାକୁ ଇଜିପ୍ଟ ଉଦ୍ୟମ କରୁଥିବା ବେଳେ ଏହି ବୈଠକ ହୋଇଥଲା। ଗତ କିଛି ମାସ ମଧ୍ୟରେ ଦୋହା ଓ କାଇରୋରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ ବିବାଦର ସମାଧାନ ପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ୍ ସହମତି ହୋଇପାରିନାହିଁ। ବର୍ଷେରୁ ଅଧିକ ସମୟ ଧରି ଏହି ସଂଘର୍ଷ ଚାଲିଛି। ଇଜିପ୍ଟ ଏବଂ କତାର ଇସ୍ରାଏଲ ଏବଂ ହାମାସ ମଧ୍ୟରେ ମଧ୍ୟସ୍ଥତା କରିଛନ୍ତି, କିନ୍ତୁ ଅଗଷ୍ଟରେ କୌଣସି ଫଳାଫଳ ବିନା ଏହି ଆଲୋଚନା ଭାଙ୍ଗିଯାଇଥିଲା। ୭ ଅକ୍ଟୋବର ୨୦୨୩ରେ ହାମାସ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଏହି ଆଲୋଚନା ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe