ଶାନ୍ତ ଓ ସୁଖୀ ଦିଶିବା ପାଇଁ ମୁକ୍ତ ପଣବନ୍ଦୀଙ୍କୁ ‘ଡ୍ରଗ୍‌’ ଦେଇଥିଲା ହମାସ୍‌: ଇସ୍ରାଏଲ୍‌

Advertisment
ଶାନ୍ତ ଓ ସୁଖୀ ଦିଶିବା ପାଇଁ ମୁକ୍ତ ପଣବନ୍ଦୀଙ୍କୁ ‘ଡ୍ରଗ୍‌’ ଦେଇଥିଲା ହମାସ୍‌: ଇସ୍ରାଏଲ୍‌

Image Courtesy of Reuters

ଜେରୁଜେଲମ୍‌:  ଶାନ୍ତ ଓ ସୁଖୀ ଦିଶିବା ପାଇଁ ଗାଜାରୁ ମୁକ୍ତ ପଣବନ୍ଦୀମାନଙ୍କୁ ହମାସ୍‌ ‘ଡ୍ରଗ୍‌’ ଦେଇଥିବା କଥା ମଙ୍ଗଳବାର ଦିନ ଜଣେ ଇସ୍ରାଏଲୀୟ ସରକାରୀ ଅଧିକାରୀ କହିଛନ୍ତି।

ଇସ୍ରାଏଲୀୟ ଅଧିକାରୀଜଣକ କହିଛନ୍ତି, ହମାସ ଆତଙ୍କବାଦୀମାନେ ଧରି ନେଇଥିବା ପ୍ରାୟ ୨୪୦ଜଣ ପଣବନ୍ଦୀଙ୍କ ମଧ୍ୟରୁ ୧୦୫ଣଙ୍କୁ କତର ମଧ୍ୟସ୍ଥତାରେ ସମ୍ପନ୍ନ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ସମୟରେ ମୁକ୍ତ କରାଯାଇଥିଲା।

ଇସ୍ରାଏଲ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାଧାରଣ ଭେଷଜ (ମେଡିସିନ୍‌) ବିଭାଗର ମୁଖ୍ୟ ହାଗାର୍‌ ମିଜ୍‌ରାହି ସାଂସଦମାନଙ୍କୁ କହିଛନ୍ତି ଯେ, ମୁକ୍ତ କରାଯିବା ପୂର୍ବରୁ କେତେକ ପଣବନ୍ଦୀଙ୍କୁ ‘କ୍ଲୋନେକ୍ସ୍‌’ ଭାବେ ଜଣା ‘ରାଇବୋଟ୍ରିଲ୍‌’ ଭଳି ‘ଡ୍ରଗ୍‌’ ଦିଆଯାଇଥିଲା।

publive-image Image Courtesy of The Times of Israel

ସଂସଦର ସ୍ବାସ୍ଥ୍ୟ କମିଟିକୁ ମିଜ୍‌ରାହି କହିଛନ୍ତି, ‘ରେଡ୍‌ କ୍ରସ୍‌’କୁ ହସ୍ତାନ୍ତର କରିବା ଆଗରୁ ସେମାନଙ୍କୁ ଶାନ୍ତ ଓ ସୁଖୀ ବୋଲି ଦର୍ଶାଇବାକୁ ହମାସ୍‌ ଆତଙ୍କବାଦୀମାନେ ପଣବନ୍ଦୀମାନଙ୍କୁ ‘କ୍ଲୋନକ୍ସେ୍’ ବଟିକା ଖୁଆଇଥିଲେ।

ଏହି ସୂଚନା ମୁକ୍ତ ପଣବନ୍ଦୀମାନଙ୍କ ରକ୍ତ ପରୀକ୍ଷାରୁ କିଂବା ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣରୁ ମଳିଛି ସେ କହିନାହାନ୍ତି। କେତେଜଣ ପଣବନ୍ଦୀଙ୍କୁ ‘ଡ୍ରଗ୍‌’ ଦିଆଯାଇଥିଲା, ତାହା ବି ସେ ସ୍ପଷ୍ଟ କରି ନାହାନ୍ତି।

ମିଜ୍‌ରାଇ କେବଳ କହିଛନ୍ତି, ମୁକ୍ତ କରିବାର ଅଳ୍ପ ସମୟ ପୂର୍ବରୁ ସେମାନେ ପଣବନ୍ଦୀମାନଙ୍କୁ ସାମାନ୍ୟ କିଛି ‌ଭୋଜନ ଦେଇଥିଲେ। ଯେମିତି ସେମାନେ ଭଲ ଅବସ୍ଥାରେ ମୁକ୍ତ ହୋଇଥିବା ଜଣାପଡ଼ିବ।

ଚୁକ୍ତି ଅନୁସାରେ, ମୁକ୍ତ ହୋଇଥିବା ୧୦୫ ପଣବନ୍ଦୀଙ୍କ ମଧ୍ୟରୁ ୮୦ଜଣ ଇସ୍ରାଏଲୀୟ ପଣବନ୍ଦୀ ଇସ୍ରାଏଲ୍‌ ଜେଲ୍‌ରେ ଥିବା ୨୪୦ଜଣ ପାଲେଷ୍ଟିନୀୟ କଏଦୀଙ୍କ ପ୍ରତିବଦଳରେ ମୁକୁଳିଛନ୍ତି। ଚୁକ୍ତି ପୂର୍ବରୁ ଇସ୍ରାଏଲୀୟ ସେନା ୫ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe