Image Courtesy of India Today
ତେଲ୍ ଆଭିଭ୍: ଗାଜାରେ ୫୨ ଦିନ ହେବ ପଣବନ୍ଦୀ ଥିବା ଜଣେ ୧୨ ବର୍ଷିୟ ବାଳକକୁ ଅକ୍ଟୋବର ୭ ତାରିଖ ଦିନର ଆକ୍ରମଣକାଳୀନ ଭିଡିଓ ଦେଖିବାକୁ ହମାସ୍ ବାଧ୍ୟ କରିଥିବା କଥା ତା’ର ଖୁଡ଼ୀ କହିଛନ୍ତି।
ଅକ୍ଟୋବର ୭ ତାରିଖ ଦିନ ନିର୍ ଓଜ୍ କିବୁଜ୍ରୁ ତା’ର ବାପା ଓହାଦ୍ ୟାହାଲୋମିଙ୍କ ସହିତ ୧୨ ବର୍ଷିୟ ଫରାସୀ-ଇସ୍ରାଏଲୀ ସ୍କୁଲ୍ ବାଳକ ଏଇତାନ୍ ୟାହାଲୋମି ଅପହୃତ ହୋଇ ପଣବନ୍ଦୀ ଥିଲା।
ହମାସ୍-ଇସ୍ରାଏଲ୍ ଚୁକ୍ତିନାମାଦ୍ବାରା ମୁକ୍ତ ହୋଇଥିବା ଏଇତାନ୍ ସୋମବାର ରାତିରେ ତା’ର ମାଆ ବାତ୍ସେଭାଙ୍କୁ କୁଣ୍ଢାଇ ପକାଉଥିବା ଫଟୋ ବିଭିନ୍ନ ଗଣମାଧ୍ୟମ ଛାପିଛନ୍ତି। ତା’ର ଖୁଡ଼ୀ ଦେବୋରା କୋହେନ୍ କହିଛନ୍ତି, ଦାନବ ହମାସ୍ଦ୍ବାରା ଏଇତାନ୍ ଆତଙ୍କ ଭୋଗିଛି।
Image Courtesy of The Guardianଫ୍ରାନ୍ସ୍ର ‘ବିଏଫ୍ଏମ୍ ଟିଭି’କୁ ଦେବୋରା କହିଛନ୍ତି, ହମାସ୍ ତାକୁ ଭୟାବହ ଚଳଚ୍ଚିତ୍ର (ହରର୍ ମୁଭି) ଦେଖିବାକୁ ବାଧ୍ୟ କରିଥିଲା। ସେ ଦେଖିବାକୁ ଚାହୁଁ ନ ଥିବାରୁ ସେମାନେ ବଳ ପ୍ରୟୋଗ କରି ଦେଖାଇ ଥିଲେ। ପିଲାଟିଏ କାନ୍ଦିଲେ ସେମାନେ ତାକୁ ଅସ୍ତ୍ର ଦେଖାଇ ଚୁପ୍ କରାଉଥିଲେ। ମୋର ମନେହୋଇଥିଲା ସେମାନେ ଏଇତାନ୍କୁ ଭଲରେ ରଖିଥିବେ। କିନ୍ତୁ, ତାହା ସତ୍ୟ ନୁହେଁ। ସେମାନେ ଦାନବ।
ସଦ୍ୟତମ ସୂଚନା ଅନୁସାରେ, ମଙ୍ଗଳବାର ଦିନ ଗାଜାରୁ ୧୦ଜଣ ଇସ୍ରାଏଲୀ ଓ ୨ଜଣ ଥାଇଲାଣ୍ଡ୍ବାସୀଙ୍କ ସମେତ ୧୨ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ପ୍ରତିବଦଳରେ ଇସ୍ରାଏଲ୍ ବନ୍ଦୀ କରି ରଖିଥିବା ୩୦ଜଣ ପାଲେଷ୍ଟିନୀୟଙ୍କୁ ଜେଲ୍ରୁ ମୁକ୍ତ କରିଛି।
Follow Us