ଶିଶୁ ହସପିଟାଲ୍ ତଳେ ବନ୍ଧକମାନଙ୍କୁ ରଖିଥିଲା ହମାସ୍, ଭିଡିଓ ଜାରି କଲା ଇସ୍ରାଏଲ୍

ଶିଶୁ ହସପିଟାଲ୍ ତଳେ ବନ୍ଧକମାନଙ୍କୁ ରଖିଥିଲା ହମାସ୍, ଭିଡିଓ ଜାରି କଲା ଇସ୍ରାଏଲ୍

ତେଲ୍ ଅଭିଭ୍ : ଇସ୍ରାଏଲ ସେନା ଏକ ଭିଡିଓ ପୋଷ୍ଟ କରି ଅଲ-ରାଣ୍ଟିସି  ଶିଶୁ ହସ୍ପିଟାଲର ଫଟୋ ଶେୟାର କରି ଦାବି କରିଛି ଯେ ସେଠାରେ ହମାସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ପଣବନ୍ଦୀମାନଙ୍କୁ ରଖିଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜାର ଅଲ-ରାଣ୍ଟିସି ହସ୍ପିଟାଲର ଏକ ଭିଡିଓ ଏବଂ ଫଟୋ ସେୟାର କରି ଦାବି କରିଛି ଯେ ଏହି ଶିଶୁ ଡାକ୍ତରଖାନାର ବେସମେଣ୍ଟକୁ ବନ୍ଧକ ରଖିବା ଏବଂ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ବ୍ୟବହାର କରାଯାଇଥିଲା।

ଆଇଡିଏଫ ଦାବି କରିଛି ଯେ "ହାମାସ ସମଗ୍ର ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ଏବଂ ଏହି ଡାକ୍ତରଖାନାରୁ ଇସ୍ରାଏଲ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା"। ଆଇଡିଏଫ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହାଗାରି କହିଛନ୍ତି ଯେ ଇସ୍ରାଏଲ ସେନା ଗ୍ରେନେଡ, ଆତ୍ମଘାତୀ ଭେଷ୍ଟ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସମେତ ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ଏକ କମାଣ୍ଡ ସେଣ୍ଟରକୁ ଠାବ କରିଛି। ସେ ଦାବି କରିଛନ୍ତି ଯେ ଏହି ଅସ୍ତ୍ରଶସ୍ତ୍ରକୁ ହମାସ ଆତଙ୍କବାଦୀମାନେ ଡାକ୍ତରଖାନାର ବେସମେଣ୍ଟରେ ସଂରକ୍ଷିତ ରଖିଥିଲେ, ଯେଉଁଠାରେ ଯୁଦ୍ଧ ପୂର୍ବରୁ ଶିଶୁ ଏବଂ କର୍କଟ ରୋଗୀଙ୍କ ଯତ୍ନ ନିଆଯାଉଥିଲା।

ହାଗାରି ଆହୁରି ମଧ୍ୟ କହିଛନ୍ତି ଯେ, ହମାସ ଏଠାରେ ବନ୍ଦୀମାନଙ୍କୁ ଅଟକ ରଖିଥିବା ନେଇ ମଧ୍ୟ ଆମକୁ ସଙ୍କେତ ମିଳିଛି, ଯାହାର ବର୍ତ୍ତମାନ ତଦନ୍ତ ଚାଲିଛି। କିନ୍ତୁ ଆମ ପାଖରେ ଗୁଇନ୍ଦା ସୂଚନା ମଧ୍ୟ ଅଛି ଯାହା ଏହାକୁ ପ୍ରମାଣିତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe