ଗାଜାରେ ଇସ୍ରାଏଲ୍‌ ଆକ୍ରମଣ ବନ୍ଦ କରିବାକୁ ‘ସାହସୀ’ପାକିସ୍ତାନର ସାହାଯ୍ୟ ଲୋଡ଼ିଲେ ହମାସ୍‌ ନେତା

Advertisment
ଗାଜାରେ ଇସ୍ରାଏଲ୍‌ ଆକ୍ରମଣ ବନ୍ଦ କରିବାକୁ ‘ସାହସୀ’ପାକିସ୍ତାନର ସାହାଯ୍ୟ ଲୋଡ଼ିଲେ ହମାସ୍‌ ନେତା

Image Courtesy of India Today

ଇସ୍‌ଲାମାବାଦ: ଗାଜାରେ ଇସ୍ରାଏଲ୍‌ର ଆକ୍ରମଣ ବନ୍ଦ କରାଇବାକୁ ବରିଷ୍ଠ ହମାସ୍‌ ନେତା ତଥା ଏହି ଆତଙ୍କବାଦୀ ସଙ୍ଗଠନର ରାଜନୈତିକ ମୁଖ୍ୟ ଇସ୍‌ମାଇଲ୍‌ ହାନିୟେହ୍‌ ‘ସାହସୀ’ ପାକିସ୍ତାନର ସହଯୋଗ ଲୋଡୁଥିବା କଥା ବୁଧବାର ଦିନ ପାକିସ୍ତାନର ‘ଜିଓ ନିଉଜ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ପାକିସ୍ତାନକୁ ‘ସାହସୀ’ ଭାବେ ଅଭିହିତ କରି ସେ କହିଛନ୍ତି, ଇସ୍ରାଏଲ୍‌କୁ ଯଦି ପାକିସ୍ତାନ ପ୍ରତିରୋଧ କରେ ତେବେ ଯୁଦ୍ଧର ବିଭୀଷିକା ହ୍ରାସ ପାଇବ।

ପାକିସ୍ତାନର ଇସ୍‌ଲାମାବାଦରେ ଅନୁଷ୍ଠିତ ‘ଅଲ୍‌-ଆକ୍‌ସା ମସ୍‌ଜିଦ୍‌ର ପବିତ୍ରତା ଓ ମୁସଲମାନ ଉମ୍ମା’ର ଦାୟିତ୍ବ’ ଉପରେ ଜାତୀୟ ବିତର୍କରେ ଉଦ୍‌ବୋଧନ ଦେବା ବେଳେ ହାନିୟେହ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

publive-image Image Courtesy of The Indian Express

ପାକିସ୍ତାନ ହମାସ୍‌କୁ ସମର୍ଥନ କରିବ ବୋଲି ଆଶା ବ୍ୟକ୍ତକରି ହାନିୟେହ୍‌ ପାକିସ୍ତାନକୁ ‘ଇସ୍‌ଲାମ୍‌ ଲାଗି ଯୁଦ୍ଧ କରୁଥିବା ‌ରାଷ୍ଟ୍ର’ ବୋଲି କହିଛନ୍ତି।

ଚାଲିଥିବା ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧରେ ପାଲେଷ୍ଟିନୀୟମାନେ ଦେଇଥିବା ଆତ୍ମବଳି ଉପରେ ଗୁରୁତ୍ବାରୋପ ହାନିୟେହ୍‌ କହିଲେ ଯେ, ପାକିସ୍ତାନର ସାମର୍ଥ୍ୟ ଏହି ସଂଘର୍ଷକୁ ରୋକି ଦେଇପାରେ।

‘ପବିତ୍ର କୋରାନ୍‌’କୁ ଅକ୍ଷରେ ଅକ୍ଷରେ ମାନୁଥିବା ରାଷ୍ଟ୍ରସମୂହ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଅପରାଧକୁ ବିରୋଧ କରିବା ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଛନ୍ତି। ପ୍ରାୟ ୧୬,୦୦୦ ପାଲେଷ୍ଟିନୀୟଙ୍କୁ ବନ୍ଦୀ କରିଥିବା ଓ ଧାର୍ମିକସ୍ଥଳ ସବୁ ଅପବିତ୍ର କରିବା ଭଳି ଇସ୍ରାଏଲ୍‌ର କାର୍ଯ୍ୟକଳାପ ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe