ଭୂମିତଳ ସୁଡ଼ଙ୍ଗ ଓ ବଙ୍କର ଭିତରେ ଲୁଚିଛନ୍ତି ହମାସର ବଡ଼ ନେତା

Advertisment
ଭୂମିତଳ ସୁଡ଼ଙ୍ଗ ଓ ବଙ୍କର ଭିତରେ ଲୁଚିଛନ୍ତି ହମାସର ବଡ଼ ନେତା

ତେଲ୍ ଅଭିଭ୍ : ଇସ୍ରାଏଲ ଉପରେ ଗତ ଶନିବାର ହୋଇଥିବା ଭୟଙ୍କର ଆକ୍ରମଣ ପରେ ଏବେ ରକ୍ତମୁଖା ହୋଇଯାଇଛି ଇସ୍ରାଏଲ ସେନା । ଗାଜା ଷ୍ଟ୍ରିପ୍ ଉପରେ ଘନ ଘନ ବିମାନ ଆକ୍ରମଣ କରାଯାଉଛି । ତେବେ ଇସ୍ରାଏଲ ଆକ୍ରମଣ ଭୟରେ ହମାସର କମାଣ୍ଡର ଓ ବରିଷ୍ଠ ନେତାମାନେ ଭୂମିତଳ ସୁଡ଼ଙ୍ଗ ଓ ବଙ୍କର ମଧ୍ୟରେ ଆତ୍ମଗୋପନ କରିଛନ୍ତି ।

ଆତଙ୍କବାଦୀ ସଂଗଠନ ଅଲକାଏଦା ଓ ତାଲିବାନ ଭଳି ଗାଜା ଉପତ୍ୟକାରେ ହମାସ ଭୂତଳ କଂକ୍ରିଟ ସୁଡ଼ଙ୍ଗ ଏବଂ ବଙ୍କର ନିର୍ମାଣ କରିଛି। ହାମାସ ଏହି ଭୂତଳ ସୁଡ଼ଙ୍ଗଗୁଡ଼ିକୁ ଏପରି ଡିଜାଇନ୍ କରିଛି ଯେ ଏଗୁଡ଼ିକର ମୁହଁ ଅନେକ ଆବାସିକ ଅଞ୍ଚଳ ମଧ୍ୟରେ ରହିଛି । ଏହି ଟନେଲଗୁଡିକ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସୁବିଧା ସହିତ ନିର୍ମିତ ଏବଂ ଏହାକୁ ନିର୍ମାଣ କରିବାକୁ ହାମାସକୁ ଅନେକ ବର୍ଷ ଲାଗିଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସୁଡ଼ଙ୍ଗଗୁଡ଼ିକ ହାମାସ ପୋଷ୍ଟ ସହିତ ମଧ୍ୟ ସଂଯୁକ୍ତ। ଯେଉଁ କାରଣରୁ କୌଣସି ବାହାର ଲୋକ ଏହି ସୁଡ଼ଙ୍ଗ ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏହି ସୁଡ଼ଙ୍ଗ ଭିତରେ ଭୂତଳ ବଙ୍କର ମଧ୍ୟ ନିର୍ମାଣ କରାଯାଇଛି ଯେଉଁଠାରେ ସେମାନଙ୍କ ନେତାମାନେ ଆକ୍ରମଣ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଆଶ୍ରୟ ନେଇଥାନ୍ତି ।

ଇସ୍ରାଏଲର ଗୁଇନ୍ଦା ଏଜେନ୍ସିମାନେ ଏପରି କେତେକ ବଙ୍କରର ସନ୍ଧାନ ପାଇଛନ୍ତି ଓ ସେଗୁଡ଼ିକୁ ନଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe