ୟାହ୍ୟା ସିନଓ୍ବାରଙ୍କ ମୃତ୍ୟୁ ଖବରକୁ ହମାସର ଖଣ୍ଡନ

ଇସ୍ରାଏଲ ଆକ୍ରମଣରେ ହମାସର ମୁଖ୍ୟ କମାଣ୍ଡର ୟାହ୍ୟା ସିନୱାରଙ୍କ ମୃତ୍ୟୁ ହୋଇଥିବା ଦାବିକୁ ହାମାସ ଖଣ୍ଡନ କରିଥିବା ବେଳେ ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଏହି ଘଟଣାକୁ ନିଶ୍ଚିତ କରିଛି। 

hamas

ଗାଜା: ଇସ୍ରାଏଲ ଆକ୍ରମଣରେ ହମାସର ମୁଖ୍ୟ କମାଣ୍ଡର ୟାହ୍ୟା ସିନୱାରଙ୍କ ମୃତ୍ୟୁ ହୋଇଥିବା ଦାବିକୁ ହାମାସ ଖଣ୍ଡନ କରିଥିବା ବେଳେ ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଏହି ଘଟଣାକୁ ନିଶ୍ଚିତ କରିଛି। 

ଇସ୍ରାଏଲର ଏହି ଦାବି ପରେ ହାମାସ ୟାହ୍ୟା ସିନୱାରଙ୍କ ହତ୍ୟା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହା ଏକ ସଂଗଠିତ ଗୁଜବ ଅଭିଯାନର ଏକ ଅଂଶ। ଏକ ଗଣମାଧ୍ୟମ ବାର୍ତ୍ତାରେ ଇସଲାମିକ୍ ରେଜିଷ୍ଟେନ୍ସ ମୁଭମେଣ୍ଟ (ହାମାସ) ଏହାର ଜଣେ ନେତାଙ୍କୁ ହତ୍ୟା କରିବା ବିଷୟରେ ମିଥ୍ୟା ଓ ଭୁଲ ଖବର ପ୍ରସାରିତ ହେବା ନେଇ ଗଭୀର ଆଶ୍ଚର୍ଯ୍ୟ ପ୍ରକଟ କରିଛି। ଆମେ ନିଶ୍ଚିତ କରୁଛୁ ଯେ ଏହି ରିପୋର୍ଟଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏକ ସଂଗଠିତ ଅଭିଯାନର ଅଂଶ ବିଶେଷ । ଏଭଳି ଗୁଜବର ଉଦ୍ଦେଶ୍ୟ ହେଉଛି ଆନ୍ଦୋଳନରେ ବାଧା ସୃଷ୍ଟି କରିବା ଏବଂ ପାଲେଷ୍ଟାଇନ ରାସ୍ତାରେ ବିଶୃଙ୍ଖଳା ଏବଂ ଉତ୍ତେଜନା ସୃଷ୍ଟି କରିବା । 

ଏହା ପୂର୍ବରୁ ଇସ୍ରାଏଲ ସେନା ସିନୱାରଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିବା ସହ ଡିଏନଏ ଟେଷ୍ଟର ଆବଶ୍ୟକତା ବିଷୟରେ ଉଲ୍ଲେଖ କରିଥିଲା । ତେବେ ଏହି ଦାବିକୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇ ନାହିଁ। ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ଇସ୍ରାଏଲରେ ୧୨୦୦ ଲୋକଙ୍କ ହତ୍ୟାକାଣ୍ଡ ପାଇଁ ଦାୟୀ ହାମାସ ନେତା ୟାହ୍ୟା ସିନ୍ୱାରଙ୍କୁ ହତ୍ୟା କରାଯାଇଛି ବୋଲି ଇସ୍ରାଏଲ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe