ହମାସ କବଳରେ ଥିବା ଝିଅର ଭିଡିଓ ଦେଖି ଭାଙ୍ଗିପଡ଼ିଛନ୍ତି ପରିବାରଲୋକ

ସାଢ଼େ ତିନିମିନିଟର ଭିଡିଓରେ ଲିରି ଅଲବାଗ ହିବ୍ରୁ କହିଛନ୍ତି, ୪୫୦ରୁ ଅଧିକ ଦିନ ହେବ ହମାସ କବଳରେ ବନ୍ଦୀ ଅଛି। ଇସ୍ରାଏଲ ସରକାର ମୋତେ ଓ ଅନ୍ୟ ବନ୍ଦୀ ଥିବ ସୈନିକଙ୍କୁ ଭୁଲି ଯାଇଛନ୍ତି।

erwr

ନୂଆଦିଲ୍ଲୀ: ହମାସ ଇସ୍ରାଏଲର ଜଣେ ୧୯ବର୍ଷୀୟ ମହିଳା ସୈନିକଙ୍କ ଭିଡିଓ ପୋଷ୍ଟ କରିଛି। ଉକ୍ତ ମହିଳା ସୈନିକଙ୍କୁ ହମାସ ୨୦୨୩ ଅକ୍ଟୋବର ୭ ତାରିଖରେ ବନ୍ଦୀ କରି ନେଇଥିଲା। ଏକବର୍ଷ ପାଖାପାଖି ହେବ ମହିଳା ହମାସ ନିକଟରେ ବନ୍ଦୀ ହୋଇ ରହିଛନ୍ତି।

ଇସ୍ରାଏଲ ସୁରକ୍ଷା ବଳ (ଆଇଡିଏଫ)ର ସର୍ଭିଲାନ୍ସ ସୋଲଜର ଲିରି ଅଲବାଗ ୨୦୨୩ ଅକ୍ଟୋବର ୭ ତାରିଖରେ ଗାଜା ବର୍ଡର ନିକଟରେ ନିୟୋଜିତ ଥିଲେ। ସେ ସମୟରେ ହମାସର ହଜାର ହଜାର ଆତଙ୍କବାଦୀ ଇସ୍ରାଏଲର ସୈନିକଙ୍କ ଉପରେ ଆକ୍ରମଣ କରି ବନ୍ଦୀ କରି ନେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ହମାସ ଲିରି ଅଲବାଗ ସମେତ ୬ଜଣ ସୈନିକଙ୍କୁ ବନ୍ଦୀ କରି ରଖିଥିଲା। ଅକ୍ଟୋବର ୭ ତାରିଖରେ ୧୫ଜଣ ସୈନିକଙ୍କ ହମାସ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ସାଢ଼େ ତିନିମିନିଟର ଭିଡିଓରେ ଲିରି ଅଲବାଗ ହିବ୍ରୁ କହିଛନ୍ତି, ୪୫୦ରୁ ଅଧିକ ଦିନ ହେବ ହମାସ କବଳରେ ବନ୍ଦୀ ଅଛି। ଇସ୍ରାଏଲ ସରକାର ମୋତେ ଓ ଅନ୍ୟ ବନ୍ଦୀ ଥିବ ସୈନିକଙ୍କୁ ଭୁଲି ଯାଇଛନ୍ତି। ମୋର ବୟସ ମାତ୍ର ୧୯ବର୍ଷ । ମୋ ସାମ୍ନାରେ ଦୀର୍ଘ ଜୀବନ ପଡ଼ିଛି। କିନ୍ତୁ ଏବେ ମୋର ଜୀବନ ଅଟକି ଯାଇଛି।

ହମାସ ଦ୍ବାରା ବନ୍ଦୀ ଥିବା ଛଅଜଣ ସର୍ଭିଲାନ୍ସ ସୈନିକଙ୍କ ମଧ୍ୟରୁ ଜଣଙ୍କୁ  ଆଇଡିଏଫ ଉଦ୍ଧାର କରିଥିବା ବେଳେ ଜଣକଙ୍କ ହମାସ କବଳରେ ମୃତ୍ୟୁ ହୋଇଯାଇଥିଲା।  ଅଲବାଗ ଓ ଚାରିଜଣ ଅନ୍ୟ ସୈନିକ ହମାସ କବଳରେ ବନ୍ଦୀ ଅଛନ୍ତି।

ଅଲବାଗଙ୍କ ପରିବାର ଏହି ଭିଡିଓ ଦେଖିବା ପରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ଝିଅ ଭିଡିଓ ଦେଖି ଆମେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛୁ। ଝିଅର ଏଭଳି ଅବସ୍ଥା ହୋଇଯାଇଛି ଆମେ ବିଶ୍ବାସ କରି ପାରୁ ନାହିଁ। ତାକୁ ପ୍ରଚୁର ମାତ୍ରାରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଛି।  ଆମର ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ଝିଅ ଲିରି ଅଲବାଗଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆମ ପାଖକୁ ଫେରାଇ ଆଣନ୍ତୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe