ଇସ୍ରାଏଲ ଆକ୍ରମଣ ସମୟରେ ହମାସ୍‌ ଆତଙ୍କବାଦୀ ପ୍ରବଳ ଡ୍ରଗ୍ସ ନେଇଥିଲେ

Advertisment
ଇସ୍ରାଏଲ ଆକ୍ରମଣ ସମୟରେ ହମାସ୍‌ ଆତଙ୍କବାଦୀ ପ୍ରବଳ ଡ୍ରଗ୍ସ ନେଇଥିଲେ

ଟେଲ୍‌ ଅଭିଭ୍‌: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ ଆରମ୍ଭ କରିଥିଲେ। ହମାସ୍‌ ଆକ୍ରମଣରେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଜାଣିବାକୁ ମିଳିଛି ଯେ ଇସ୍ରାଏଲ ଉପରେ ଆକ୍ରମଣ ଦିନ ଆତଙ୍କବାଦୀମାନେ ପ୍ରବଳ ଡ୍ରଗ୍ସ ନେଇଥିଲେ। ଜେରୁଜେଲମ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ ହମାସ୍‌ ଆତଙ୍କବାଦୀ କାପ୍ଟାଗନ୍‌ ନାମକ ଏକ ଡ୍ରଗ୍ସର ପ୍ରଭାବରେ ଥିଲେ। ଇସ୍ରାଏଲରେ ନିପାତ ହୋଇଥିବା ଅନେକ ହମାସ୍‌ ଆତଙ୍କବାଦୀଙ୍କ ପକେଟରୁ ଏହି କାପ୍ଟାଗନ୍‌ ବଟିକା ମିଳିଛି। ଏହା ବିଶ୍ବାସ କରାଯାଉଛି ଯେ ଏହି ଡ୍ରଗ୍ସ ପ୍ରଭାବରେ ହମାସ ଆତଙ୍କବାଦୀମାନେ ନିର୍ବିକାର ଭାବେ ବର୍ବର ଆକ୍ରମଣ କରିଚାଲିଥିଲେ। ଉକ୍ତ ଡ୍ରଗ୍ସ ମଧ୍ୟ ହମାସ ଆତଙ୍କବାଦୀଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ସତର୍କ ରଖିବା ସହ ସେମାନଙ୍କ ଭୋକ ମାରୁଥିଲା। ଗାଜା କାପ୍ଟାଗନ୍‌ ପାଇଁ ଏକ ଲୋକପ୍ରିୟ ବଜାରରେ ପରିଣତ ହୋଇଛି। ବିଶେଷ କରି ଅଧିକାଂଶ ଯୁବପିଢ଼ି କାପ୍ଟାଗନ୍‌ ନେଉଛନ୍ତି ବୋଲି ଜେରୁଜେଲମ ପୋଷ୍ଟ୍‌ରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe