ଇସ୍ରାଏଲ ସେନାର ଦାବି: ବୁଲେଟ୍‌ ପ୍ରୁଫ୍‌ କବାଟ ଥିବା ହମାସ୍ ଗୁପ୍ତ ସୁଡ଼ଙ୍ଗ ଗାଜା ହସ୍ପିଟାଲରେ ପହଞ୍ଚିଛି

Advertisment
ଇସ୍ରାଏଲ ସେନାର ଦାବି: ବୁଲେଟ୍‌ ପ୍ରୁଫ୍‌ କବାଟ ଥିବା ହମାସ୍ ଗୁପ୍ତ ସୁଡ଼ଙ୍ଗ ଗାଜା ହସ୍ପିଟାଲରେ ପହଞ୍ଚିଛି

ନୂଆଦିଲ୍ଲୀ: ଇସ୍ରାଏଲର ସୁରକ୍ଷା ବାହିନୀ ହମାସ ଦ୍ୱାରା ପରିଚାଳିତ ସୁଡ଼ଙ୍ଗ ଠାବ କରିଥିବା ଦାବି କରୁଥିବା ବେଳେ ଗାଜାରେ ଥିବା ଏକ ଡାକ୍ତରଖାନା ମଧ୍ୟ ଦେଇ ଏହି ସୁଡ଼ଙ୍ଗକୁ ବାଟ ଫିଟିଥିବା ଜଣାପଡ଼ିଛି।

ଜଣେ ସାମରିକ ମୁଖପାତ୍ର କହିଛନ୍ତି ଯେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ହମାସର ନୌସେନା ଅପରେସନର ନେତୃତ୍ୱ ନେଉଥିବା ଜଣେ କର୍ମକର୍ତ୍ତାଙ୍କ ଘର ପାଖରେ ଏହି ସୁଡ଼ଙ୍ଗ ରହିଛି। ପାଲେଷ୍ଟାଇନ ହମାସ ଗୋଷ୍ଠୀ ହସ୍ପିଟାଲରୁ ସେମାନଙ୍କ କାର୍ଯ୍ୟ କରୁଥିବା ଅଭିଯୋଗକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଥିବା ରିୟର ଆଡମିରାଲ ଡାନିଏଲ ହାଗରି କହିଛନ୍ତି ଯେ ରାଣ୍ଟିସି ଡାକ୍ତରଖାନା ସୁଡ଼ଙ୍ଗ ଠାରୁ ମାତ୍ର ୨୦୦ ଗଜ (୮୩ ମିଟର) ଦୂରରେ ରହିଛି।

publive-image

ଇସ୍ରାଏଲ ସୁରକ୍ଷା ବାହିନୀ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି ଯେ, ଏହି ସୁଡ଼ଙ୍ଗ ଭିତରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲର ଲୋକଙ୍କୁ ପଣବନ୍ଦୀ କରି ରଖିଛନ୍ତି।

ସୋଲାର ପ୍ୟାନେଲ ସାହାଯ୍ୟରେ ଏହି ସୁଡ଼ଙ୍ଗକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି ଏବଂ ଭୂପୃଷ୍ଠରୁ ପ୍ରାୟ ୨୦ ମିଟର ତଳକୁ  ବୁଲେଟ୍‌ପ୍ରୁଫ୍‌ ଏବଂ ବିସ୍ଫୋରକ ନିରୋଧୀ କବାଟ ରହିଛି। ଡାକ୍ତରଖାନାକୁ ଏହି ସୁଡ଼ଙ୍ଗ ସଂଯୋଗ ହୋଇଛି। ଇସ୍ରାଏଲ ସେନା କହିଛି ଯେ ସୁଡ଼ଙ୍ଗର ମୁହଁ ଏପରି ଆଚ୍ଛାଦିତ ହୋଇ ରହିଛି, ଯେପରି କେହି ଏହାକୁ ଖୋଜି ପାଇପାରିବେ ନାହିଁ। ଡାକ୍ତରଖାନାଟି ଏକ ବିଦ୍ୟାଳୟ ଏବଂ ଜାତିସଂଘ କାର୍ଯ୍ୟାଳୟ ନିକଟରେ ଅଛି। ସାମରିକ ମୁଖପାତ୍ର ଜଣକ କହିଛନ୍ତି, ଡାକ୍ତରଖାନାର ବେସମେଣ୍ଟରେ ହମାସର ଅନେକ ପ୍ରକାରର ମାରାତ୍ମକ ବିସ୍ଫୋରକ ସାମଗ୍ରୀ ଓ ଅଗ୍ନେୟାସ୍ତ୍ର ଯେପରିକି ବଡି ଭେଷ୍ଟ, ହ୍ୟାଣ୍ଡ ଗ୍ରେନେଡ, କାଲାସ୍ନିକୋଭ୍‌ ରାଇଫଲ ଏବଂ ରକେଟ-ପ୍ରୋପେଲ୍‌ଡ ଗ୍ରେନେଡ୍‌ (ଆରପିଜି) ଭରପୂର ହୋଇ ରହିଛି।

publive-image

ହମାସ ହସ୍ପିଟାଲଗୁଡ଼ିକୁ ବ୍ୟବହାର କରୁଛି। ଗାଜା ସୀମା ନିକଟସ୍ଥ ଇସ୍ରାଏଲ ଅଞ୍ଚଳରୁ ବନ୍ଦୀମାନଙ୍କୁ ବାଇକ୍‌ ଯୋଗେ ଆଣି ଏହି ବେସମେଣ୍ଟରେ ବନ୍ଧକ କରି ରଖିଥିଲା ହମାସ୍ । ଏଠାରୁ ମହିଳାଙ୍କ ପୋଷାକ, ଚେୟାରରେ ବନ୍ଧାଥିବା ଦଉଡ଼ି, ଡାଇପର ଓ ବେସମେଣ୍ଟରେ ଥିବା ଏକ ଫିଡିଂ ବୋତଲ ମିଳିଛି। ସେଠାରେ ଏକ ଅସ୍ଥାୟୀ ଶୌଚାଳୟ ମଧ୍ୟ ଦେଖିବାକୁ ମିଳିିଛି। ସୁଡ଼ଙ୍ଗ ଭିତରେ ଥିବା ଏକ କୋଠରିର କାନ୍ଥରେ ଆରବୀ ଭାଷାରେ ଏକ ରୋଷ୍ଟରରେ ‘ଅପରେସନ ଅଲ-ଅକ୍ସା ଫ୍ଲଡ୍‌’ ଲେଖାଅଛି। ଏଥିସହ  ଅକ୍ଟୋବର ୭ରେ  ହମାସ ଆକ୍ରମଣୀଙ୍କ ନାମ ଏବଂ ହମାସ କାର୍ଯ୍ୟକର୍ତ୍ତାଙ୍କ ସ୍ଥାନାନ୍ତର ବିଷୟରେ ଉଲ୍ଲେଖ ରହିଛି ବୋଲି ଇସ୍ରାଏଲ ସେନାର ରିୟର ଆଡମିରାଲ ଡାନିଏଲ ହାଗରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe