ଗାଜାକୁ ଇସ୍ରାଏଲ୍‌ ସେନାର କବରସ୍ତାନରେ ପରିଣତ କରିବା ଲାଗି ପ୍ରତିଜ୍ଞା କଲା ହମାସ୍‌

Advertisment
ଗାଜାରେ ସହାୟତା ପକାଇବା ବେଳେ ଅଘଟଣ: ପାରାସୁଟ୍ ନ ଖୋଲିବାରୁ ୫ ମୃତ, ୧୦ ଆହତ

Image Courtesy of NDTV

ନୂଆଦିଲ୍ଲୀ: ଆଗାମୀ ଦିନମାନଙ୍କରେ କେତେକ ବିଦେଶୀ ପଣବନ୍ଦୀଙ୍କୁ ମୁକ୍ତ କରିବା ସହିତ ଗାଜାକୁ ଇସ୍ରାଏଲ୍‌ ସେନା ପାଇଁ କବରସ୍ତାନରେ ପରିଣତ କରିବ ବୋଲି ମଙ୍ଗଳବାର ଦିନ ହମାସ୍‌ର ସଶସ୍ତ୍ର ସଙ୍ଗଠନ କହିଛି।

ହମାସ୍‌ର ସଶସ୍ତ୍ର ସଙ୍ଗଠନ ‘ଏଜେଦାଇନ୍‌ ଅଲ୍‌-କସମ୍‌ ବ୍ରିଗେଡ୍‌ସ୍‌’ର ମୁଖପାତ୍ର ଆବୁ ଓବୈଦା ଟେଲିଭିଜନ୍‌ରେ ପ୍ରସାରିତ ଉଦ୍‌ବୋଧନରେ କହିଛନ୍ତି, ଆଗାମୀ ଅଳ୍ପ କିଛି ଦିନ ମଧ୍ୟରେ ଆମେ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଦେଶୀ ପଣବନ୍ଦୀଙ୍କୁ ମୁକ୍ତ କରିବୁ ବୋଲି ମଧ୍ୟସ୍ଥମାନଙ୍କୁ ସୂଚାଇ ଦେଇଛୁ।

ସୂଚନାଯୋଗ୍ୟ, ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲ୍‌ରେ ସଂଘବଦ୍ଧ ଆକ୍ରମଣ କରିଥିବା ହମାସ୍‌ ସମ୍ପ୍ରତି ଗାଜାରେ ପ୍ରାୟ ୨୪୦ଜଣଙ୍କୁ ପଣବନ୍ଦୀ ରଖିଥିବା ମନେ କରାଯାଉଛି। ଇସ୍ରାଏଲ୍‌ ଅଭିଯାନରେ ଜଣେ ଓ ପରୋକ୍ଷ କୂଟନୈତିକ ବୁଝାମଣା ଜରିଆରେ ୪ଜଣଙ୍କୁ ମିଶାଇ ଆଜି ପର୍ଯ୍ୟନ୍ତ ୫ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି।

publive-image News18

ଜାଗାର ଉତ୍ତର ପ୍ରାନ୍ତରେ ଇସ୍ରାଏଲ୍‌ ସେନା ଓ ହମାସ୍‌ ଆତଙ୍କବାଦୀମାନେ ଭୟବହ ଯୁଦ୍ଧରେ ଅବତୀର୍ଣ୍ଣ ହେବା ଏବଂ ଗାଜାରେ ରକ୍ତପାତ ଓ ମାନବିକ ସଙ୍କଟ ବୃଦ୍ଧି ପାଉଥିବା କଥା ଆନ୍ତର୍ଜାତିକ ସମୂହ ସତର୍କବାଣୀ ଶୁଣାଇବାରୁ ଓବୈଦା କହିଛନ୍ତି, ଶତ୍ରୁ ଓ ତା’ର ସୈନ୍ୟ ଓ ତା’ର ରାଜନୈତିକ ଓ ସାମରିକ ନେତୃତ୍ବ ଲାଗି ଗାଜା କବରସ୍ତାନ ହେବ।

ହମାସ୍‌ ପରିଚାଳିତ ଗାଜାର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଇସ୍ରାଏଲ୍‌ ଆକ୍ରମଣରେ ୮,୫୨୫ଜଣ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୩, ୫୦୦ରୁ ଅଧିକ ପିଲା। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟତଃ ସାଧାରଣ ନାଗରିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe