ଇସ୍ରାଏଲକୁ ହମାସର ଧୋକା: ଚେତାବନୀ ଦେଲେ ଟ୍ରମ୍ପ, ନେତାନ୍ୟାହୁ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତି ଅନୁଯାୟୀ ହମାସ ୨୦୨୩ ଅକ୍ଟୋବରଠାରୁ ବନ୍ଧକ ରଖିଥିବା ଅବଶିଷ୍ଟ ସମସ୍ତ ବନ୍ଦୀଙ୍କୁ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲା।

adaadgdgazcv

ତେଲ୍ ଅଭିଭ୍: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତି ଅନୁଯାୟୀ ହମାସ ୨୦୨୩ ଅକ୍ଟୋବରଠାରୁ ବନ୍ଧକ ରଖିଥିବା ଅବଶିଷ୍ଟ ସମସ୍ତ ବନ୍ଦୀଙ୍କୁ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ସେହି ଅନୁଯାୟୀ ହମାସ ୨୦ ଜଣ ଜୀବନ୍ତ ବନ୍ଧକଙ୍କୁ ସସମ୍ମାନେ ଫେରାଇଥିବା ବେଳେ ମଙ୍ଗଳବାର ଚାରି ଜଣ ବନ୍ଧକଙ୍କ ମୃତଦେହ ହସ୍ତାନ୍ତର କରିଛି। କିନ୍ତୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ବୁଧବାର ଅଭିଯୋଗ କରିଛି ଯେ, ସେଥି ମଧ୍ୟରୁ ଗୋଟିଏ ମୃତଦେହ କୌଣସି ବନ୍ଧକଙ୍କ ସହ ମେଳ ଖାଉ ନାହିଁ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେନସିକ୍ ମେଡିସିନରେ ପରୀକ୍ଷା ପରେ ଏହା ଜଣାପଡ଼ିଛି ବୋଲି ସେନା କହିଛି। ମୃତ ବନ୍ଧକମାନଙ୍କୁ ଫେରାଇ ଦେବା ପାଇଁ ହମାସ ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆଇଡିଏଫ୍‌ କହିଛି।  ଏହା ସହିତ ଅନ୍ୟ ବନ୍ଧକଙ୍କ ମୃତଦେହ ଫେରସ୍ତ କରିବାରେ ହମାସର ଟାଳଟୁଳ ନୀତିକୁ ନେଇ ଆଜି  ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ  ହମାସକୁ କଡ଼ା ଚେତାବନୀ ଦେଇଛନ୍ତି। ହମାସ ତୁରନ୍ତ ସବୁ ସର୍ତ୍ତ ନ ମାନିଲେ ଆକ୍ରମଣ କରାଯିବ ବୋଲି ଉଭୟ ନେତା କହିଛନ୍ତି।

ଗୋଟିଏ ମୃତଦେହ କୌଣସି ବନ୍ଧକଙ୍କ ସହ ମେଳ ଖାଉ ନାହିଁ
ଚେତାବନୀ ଦେଲେ ଟ୍ରମ୍ପ, ନେତାନ୍ୟାହୁ

ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଆତଙ୍କବାଦୀ ଗୋଷ୍ଠୀ ମୃତଦେହ ହସ୍ତାନ୍ତର ନ କରି ଚୁକ୍ତିନାମା ଉଲ୍ଲଂଘନ କରିଥିବାରୁ ଇହୁଦୀ ରାଷ୍ଟ୍ର ଗାଜାକୁ ମାନବୀୟ ସହାୟତା ହ୍ରାସ କରିବାକୁ ଧମକ ଦେବା ପରେ ମଙ୍ଗଳବାର ୪ଟି ମୃତଦେହ ଇସ୍ରାଏଲକୁ ହସ୍ତାନ୍ତର କରାଯାଇଥିଲା। ଚତୁର୍ଥ ମୃତଦେହ ଜଣେ ପାଲେଷ୍ଟାଇନ ନାଗରିକର ବୋଲି ବିଶ୍ୱାସ କରାଯାଉଥିବାବେଳେ ଅନ୍ୟ ତିନିଜଣ ପଣବନ୍ଦୀ ଷ୍ଟାଫ୍ ସର୍ଜେଣ୍ଟ ତାମିର ନିମ୍ରୋଡି, ୟୁରିଏଲ୍ ବାରୁଚ୍ ଓ ଇଟାନ୍ ଲେଭି ବୋଲି ଚିହ୍ନଟ କରାଯାଇଛି। ଉତ୍ତର ଗାଜା ଷ୍ଟ୍ରିପ୍‌ର ଏକ ସଭାସ୍ଥଳରେ ଏହି ଚାରୋଟି କଫିନ୍ ରେଡକ୍ରସକୁ ହସ୍ତାନ୍ତର କରାଯାଇଥିଲା। ଇସ୍ରାଏଲୀ ସୈନ୍ୟବାହିନୀ ଦ୍ୱାରା ସୁରକ୍ଷା ଦିଆଯାଉଥିବା ସେହି କଫିନ୍‌ଗୁଡ଼ିକ ମଧ୍ୟରାତ୍ରିର କିଛି ସମୟ ପୂର୍ବରୁ ସୀମା ଅତିକ୍ରମ କରି ଇସ୍ରାଏଲରେ ପ୍ରବେଶ କରିଥିଲା ଏବଂ ଫରେନସିକ୍ ଚିହ୍ନଟ ପାଇଁ ନିଆଯାଇଥିଲା। ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ସୂତ୍ରୀ ପ୍ରସ୍ତାବର ଏକ ଅଂଶ ଭାବରେ, ସୋମବାର ଗାଜାରେ ଥିବା ଶେଷ ୨୦ ଜଣ ଜୀବିତ ଇସ୍ରାଏଲୀ ବନ୍ଧକଙ୍କ ବିନିମୟରେ ଇସ୍ରାଏଲରେ ବନ୍ଦୀ ଥିବା ପ୍ରାୟ ୨,୦୦୦ ପାଲେଷ୍ଟିନୀୟଙ୍କୁ ହସ୍ତାନ୍ତର କରାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe