କଲମ୍ବୋ: ଭାରତ ମହାସାଗରରେ ନିଜର ସାମରିକ ଶକ୍ତି ବିସ୍ତାର କରିବାକୁ ଚାହୁଥିବା ଚୀନ୍କୁ ଶ୍ରୀଲଙ୍କା ବଡ଼ ଝଟ୍୍କା ଦେଇଛି। ଶ୍ରୀଲଙ୍କାର ହମ୍ବନଟୋଟାରେ ଚୀନ୍ ଦ୍ୱାରା ନିର୍ମିତ ମତାଲା ରାଜପକ୍ଷେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଏମ୍ଆରଆଇଏ)କୁ ଭାରତକୁ ଦେବା ପାଇଁ ଶ୍ରୀଲଙ୍କା ସରକାର ଚାହୁଛି। ଏ ବାବଦରେ ଭାରତ-ଶ୍ରୀଲଙ୍କା ସହମତି ପର୍ଯ୍ୟାୟରେ ପହଞ୍ଚିଥିବାରୁ ଚୀନ୍ର ଚିନ୍ତା ବଢ଼ିଯାଇଛି। ଏହି ଏୟାରପୋର୍ଟ ନିର୍ମାଣ ପାଇଁ ସମସ୍ତ ଅର୍ଥ ଚୀନ୍ ଯୋଗାଇଥିବାରୁ ଏବେ ଭାରତ ସହାୟତାରେ ଶ୍ରୀଲଙ୍କା ଚୀନ୍ର ଋଣ ସୁଝିବାକୁ ଚାହୁଥିବା ପ୍ରକାଶ କରିଛି। ଏହି ଏୟାରପୋର୍ଟ ନିକଟରେ ଶ୍ରୀଲଙ୍କାର ଏକ ବନ୍ଦରକୁ ଚୀନ୍ ଲିଜ୍୍ରେ ନେଇଥିବାରୁ ସାମରିକ ଦୃଷ୍ଟିରୁ ଏହି ଏୟାରପୋର୍ଟର ଯଥେଷ୍ଟ ଗୁରୁତ୍ୱ ରହିଛି। ଡୋକଲାମ ବିବାଦ ପରେ ଶ୍ରୀଲଙ୍କା ଭାରତ ସହିତ ସୁସଂପର୍କ ବୃଦ୍ଧି କରିବାକୁ ଚାହୁଥିବାରୁ ଏଏମ୍ଆରଆଇଏକୁ ଭାରତକୁ ହସ୍ତାନ୍ତର କରିବାକୁ ଯୋଜନା କରୁଛି। ଏସିଆରେ କ୍ଷମତା ଲଢ଼େଇ ଯୁଦ୍ଧରେ ଚୀନ୍ ଭାରତକୁ ଚାରିପଟୁ ଘେରିବାକୁ ଚାହୁଥିବା ବେଳେ ଚୀନ୍ର ଏହି ରଣନୀତିକୁ ପଣ୍ଡ କରିବା ପାଇଁ ଏହି ଏୟାରପୋର୍ଟ ସହାୟକ ହେବ। ଭୁଟାନ ଅଂଚଳ ଦଖଲ କରିବା ପାଇଁ ଚୀନ୍ ବିଫଳ ହେବା ପରେ ଭାରତର ପ୍ରଭାବ ହ୍ରାସ କରିବା ପାଇଁ ଶ୍ରୀଲଙ୍କାକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହୁଥିଲା। ତେବେ ଭାରତକୁ ଅଧିକ ବିଶ୍ୱସ୍ତ ବନ୍ଧୁ ଭାବେ ଶ୍ରୀଲଙ୍କା ଗ୍ରହଣ କରିଛି। ଭବିଷ୍ୟତରେ ଏହି ଏୟାରପୋର୍ଟକୁ ଓବିଓଆର୍ (ଓ୍ଵାନ୍ ବେଲ୍୍ଟ-ଓ୍ଵାନ୍ ରୋଡ) ପ୍ରକଳ୍ପ ସହିତ ଯୋଡ଼ିବାକୁ ଚୀନ୍ ଯୋଜନା କରିଥିଲା। ଓବିଓଆର୍ ପ୍ରକଳ୍ପକୁ ଭାରତ ଦୃଢ଼ ବିରୋଧ କରିବା ସହ ଏଥିରୁ ଓହରିଯାଇଛି। ପାକ୍ ଅଧିକୃତ କଶ୍ମୀରକୁ ଏଥିରେ ସାମିଲ କରି ଚୀନ୍-ପାକ୍ ଆର୍ଥିକ କରିଡର ନିର୍ମାଣ ଚାଲିଥିବାରୁ ଭାରତ ଏହାର ଜୋରଦାର ବିରୋଧ ଜାରି ରହିଛି। ଚୀନ୍ ଏବେ ଶ୍ରୀଲଙ୍କା, ନେପାଳ ଏବଂ ମିଆଁମାର୍ ସହ ସଂପୃକ୍ତ ବୃଦ୍ଧି କରି ଭାରତର ଚାରିପଟେ ନିଜସ୍ୱ ସାମରିକ ଭିତ୍ତିଭୂମିକ ନିର୍ମାଣ କରିବାକୁ ଚାହୁଛି। ଡୋକଲାମରେ ରାସ୍ତା ନିର୍ମାଣ ଉଦ୍ୟମରେ ବିଫଳ ହେବାପରେ ଶ୍ରୀଲଙ୍କା ସହାୟତାରେ ଭାରତ ଉପରେ ଚାପ ସୃଷ୍ଟି ପାଇଁ ଚୀନ୍ର ଯୋଜନା ପଣ୍ଡ ହୋଇଯାଇଛି । ତେବେ ଏହି ପ୍ରସଙ୍ଗ ନେଇ ଆଗକୁ ଭାରତ-ଚୀନ୍ ମୁହାଁମୁହିଁ ହେବା ଆଶଙ୍କା ରହିଛି ।
ଏସିଆରେ କ୍ଷମତା ଲଢ଼େଇ
Advertisment
Follow Us