ଚଣ୍ଡିଗଡ଼ରେ ଏକ ଘର ଉପରକୁ ଗ୍ରେନେଡ୍ ମାଡ଼

ଚଣ୍ଡିଗଡ଼ର ସେକ୍ଟର-୧୦ରେ ସନ୍ଧ୍ୟା ପ୍ରାୟ ୬ଟାବେଳେ କିଛି ଲୋକ ଏକ ଘରେ ହ୍ୟାଣ୍ଡ ଗ୍ରେନେଡ୍ ବୋମା ଫିଙ୍ଗି ଆକ୍ରମଣ କରିବା ପରେ ଆତଙ୍କ ପ୍ରକାଶ ପାଇଛି । ବିସ୍ଫୋରଣର ଶବ୍ଦ ୧୪ ସେକେଣ୍ଡ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା ।

chandigarh

ଚଣ୍ଡିଗଡ଼ : ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟାରେ ଚଣ୍ଡିଗଡ଼ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ସେକ୍ଟର-୧୦ରେ ସନ୍ଧ୍ୟା ପ୍ରାୟ ୬ଟାବେଳେ କିଛି ଲୋକ ଏକ ଘରେ ହ୍ୟାଣ୍ଡ ଗ୍ରେନେଡ୍ ବୋମା ଫିଙ୍ଗି ଆକ୍ରମଣ କରିବା ପରେ ଆତଙ୍କ ପ୍ରକାଶ ପାଇଥିଲା । ବୋମାମାଡ ହୋଇଥିବା ଘର  ଲୋକେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେବା ପରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରିର ଫରେନସିକ୍ ବିଶେଷଜ୍ଞଙ୍କ ସହ ଚଣ୍ଡିଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ବିସ୍ଫୋରକ ସାମଗ୍ରୀର ପ୍ରକାର ଜାଣିବାକୁ ଚେଷ୍ଟା କରୁଛନ୍ତି । ସେହିପରି ଡିଜିପି, ଆଇଜି, ଏସପି ଓ ଡିଏସପିଙ୍କ ସମେତ ଆଖପାଖ ଥାନାର ପୁଲିସ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି।

ବିସ୍ଫୋରଣର ମୁହୂର୍ତ୍ତ ନିକଟସ୍ଥ ୩୦ ସେକେଣ୍ଡର ସିସିଟିଭି ଫୁଟେଜରେ କଏଦ ହୋଇଥିଲା ଯେଉଁଥିରେ ବିସ୍ଫୋରଣର ଶବ୍ଦ ୧୪ ସେକେଣ୍ଡ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା, ସିସିଟିଭି ଫୁଟେଜରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା ଏବଂ ବିସ୍ଫୋରଣର ଫୁଟେଜ ମଧ୍ୟ କଏଦ ହୋଇଛି ।
ଏହି ବୋମାମାଡ଼ ପଛରେ କେଉଁ ଗୋଷ୍ଠୀ ସଂପୃକ୍ତ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପୁଲିସ ଘଟଣାର ତଦନ୍ତ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe