ଏଲଓସିର ଗୁରେଜ ଉପତ୍ୟକାରେ ଉଡ଼ିବ ହାତ ତିଆରି ତ୍ରିରଙ୍ଗା

Advertisment
ଏଲଓସିର ଗୁରେଜ ଉପତ୍ୟକାରେ ଉଡ଼ିବ ହାତ ତିଆରି ତ୍ରିରଙ୍ଗା

NDTV.com

ଶ୍ରୀନଗର : କାଶ୍ମୀରର ଉତ୍ତର-ପଶ୍ଚିମ ଭାଗରେ ଏଲଓସିରେ ଥିବା ଗୁରେଜ ଉପତ୍ୟକାରେ ହାତ ତିଆରି ତ୍ରିରଙ୍ଗା ଉଡ଼ିଛି। ସାତ ଦଶନ୍ଧି ଧରି ଅବହେଳିତ ହୋଇ ରହି ଆସିଥିବା ଗୁରେଜ ଉପତ୍ୟକାବାସୀ ଦେଶଭକ୍ତିର ଏକ ନୂତନ ନମୁନା ପ୍ରଦର୍ଶନ କରିଛନ୍ତି।

ଏହି ଅଭିଯାନ ପାଇଁ ପ୍ରାୟ ୭୫ ଜଣ ମହିଳା ଭାରତୀୟ ସେନାର ଏକ ଦକ୍ଷତା ବିକାଶ କେନ୍ଦ୍ରରେ ୭ ଦିନ ମଧ୍ୟରେ ପାରମ୍ପରିକ କାଶ୍ମୀରୀ କାରିଗରୀ ଶୈଳୀରେ ୭୫୦ଟି ଜାତୀୟ ପତାକା ତିଆରି କରିଛନ୍ତି। ଗୁରେଜ ଉପତ୍ୟକା ପାର୍ଶ୍ୱରେ ଥିବା ଘର ଏବଂ କାର୍ଯ୍ୟାଳୟର ଛାତ ଉପରେ ଏହି ପତାକା ଉତ୍ତୋଳନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe