ହନୁମାନ ଚାଳିସା ପଢ଼ିବାର ଅଛି ଯଦି ଘରକୁ ଆସିକି ପଢ଼, ଦାଦାଗିରି କଲେ ଆମକୁ ଭାଙ୍ଗିବା ଭଲ ଭାବେ ଜଣା: ଉଦ୍ଧବ ଠାକରେ

Advertisment
ହନୁମାନ ଚାଳିସା ପଢ଼ିବାର ଅଛି ଯଦି ଘରକୁ ଆସିକି ପଢ଼, ଦାଦାଗିରି କଲେ ଆମକୁ ଭାଙ୍ଗିବା ଭଲ ଭାବେ ଜଣା: ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରର ହନୁମାନ ଚାଳିସାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ସାଂସଦ ନବନୀତ୍ ରାଣା ଓ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କୁ ଗିରଫ କରାଯିବା ପରେ ବିଜେପି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲା। ଏବେ ଏହାର ଜବାବ ଦେଇଛନ୍ତି ଉଦ୍ଧବ ଠାକରେ। ସେ କହିଛନ୍ତି ଯେ ଯଦି ଆପଣ ହନୁମାନ ଚାଳିସା ପଢ଼ିବାକୁ ଚାହାଁନ୍ତି ତେବେ ଘରକୁ ଆସନ୍ତୁ ଏବଂ ପଢ଼ନ୍ତୁ। ହନୁମାନ ଚାଳିସା ପଢ଼ିବାର ଏକ ଉପାୟ ଅଛି। କିନ୍ତୁ ଦାଦାଗିରି କରନ୍ତୁ ନାହିଁ। ଯଦି ଆପଣ ଦାଦାଗିରି କରିବେ, ତେବେ ବାଲା ସାହେବ ଆମକୁ ଦାଦାଗିରିକୁ କିପରି ଭାଙ୍ଗିବାକୁ ହୁଏ, ତାହା ଶିଖାଇଛନ୍ତି।

ଏହା ପୂର୍ବରୁ ସର୍ବଦଳୀୟ ବୈଠକରେ ଯୋଗ ନଦେଇ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ। ସେ କହିଥିଲେ ଯେ, ଯଦି ହନୁମାନ ଚାଳିସା ପଢ଼ିବା ପାପ, ତେବେ ଆମେ ହନୁମାନ ଚାଳିସା ପଢ଼ିବୁ। ସରକାର ଯଦି ଚାହିଁବେ ତେବେ ଆମ ବିରୋଧରେ ଦେଶଦ୍ରୋହ ଧାରା ଲଗାଇ ଆମକୁ ଗିରଫ କରିପାରିବେ। ଉଦ୍ଧବ ଠାକରେଙ୍କ ରାଜୁତିରେ ଜେଲରେ ଜଣେ ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର କରାଯାଇଛି। ତାଙ୍କ ଜାତି ଉପରେ ମନ୍ତବ୍ୟ ଦିଆଯିବା ସହ ଜେଲରେ ତାଙ୍କୁ ପାଣି ପିଇବାକୁ ଦିଆଯାଇନାହିଁ ଏବଂ ଶୌଚାଳୟ ମଧ୍ୟ ବ୍ୟବହାର କରିବାକୁ ଦିଆଯାଇନାହିଁ।

publive-image hindustantimes

ସର୍ବଦଳୀୟ ବୈଠକରେ ଯୋଗ ‌ନଦେବାର କାରଣ ଜଣାଇ ସେ କହିଥିଲେ ଯେ, ରାଜ୍ୟରେ ଯାହା ଘଟୁଛି ତାହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟୁଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ବୈଠକରେ ଉପସ୍ଥିତ ନାହାଁନ୍ତି, ତେବେ ଏପରି ସଭାରେ କେଉଁ ନିଷ୍ପତ୍ତି ନିଆଯିବ? ଏହା ସମୟର ଅପଚୟ ନୁହେଁ କି? ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe