ହନୁମାନ ଜଣେ ଆଦିବାସୀ ଥିଲେ : କଂଗ୍ରେସ ନେତାଙ୍କ ଦାବି

Advertisment
ହନୁମାନ ଜଣେ ଆଦିବାସୀ ଥିଲେ : କଂଗ୍ରେସ ନେତାଙ୍କ ଦାବି

ଭୋପାଳ : ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଭୟ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ପ୍ରକାରର ରଣକୌଶଳ କରାଯାଉଛି । ବିଜେପିର ହିନ୍ଦୁତ୍ବର ଜବାବରେ କଂଗ୍ରେସ ସଫ୍ଟହିନ୍ଦୁତ୍ବ ( ଉଦାରବାଦୀ ହିନ୍ଦୁତ୍ବ) ଆଭିମୁଖ୍ୟ ଗ୍ରହଣ କରୁଛି । କିନ୍ତୁ ରାଜ୍ୟର ଜଣେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ଏକ ବୟାନ ରାଜ୍ୟରେ ବିବାଦ ସୃଷ୍ଟି କରିଛି ।

ମଧ୍ୟପ୍ରଦେଶର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା ଧାର ଜିଲ୍ଲାର ଗାନ୍ଧୱାନୀର କଂଗ୍ରେସ ବିଧାୟକ ଉମାଙ୍ଗ ସିଂହାର କହିଛନ୍ତି ଯେ ପ୍ରଭୁ ଶ୍ରୀରାମଙ୍କୁ ଲଙ୍କା ପହଞ୍ଚାଇବା ପଛରେ ଆଦିବାସୀ ମାନେ ଅଛନ୍ତି, ଯେଉଁମାନଙ୍କୁ ମାଙ୍କଡ଼ ବୋଲି ବର୍ଣ୍ଣନା କରାଯାଇଛି। ପ୍ରଭୁ ହନୁମାନ ବି ଜଣେ ଆଦିବାସୀ ଥିଲେ । ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶୁକ୍ରବାର ଧାର ଜିଲ୍ଲା ବାଗଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସିଂହାର ଏହା କହିଛନ୍ତି ।

“ଭଗବାନ ହନୁମାନ ମଧ୍ୟ ଜଣେ ଆଦିବାସୀ ଅଟନ୍ତି । ଆମେ ବିର୍ସା ମୁଣ୍ଡାଙ୍କ ବଂଶଧର, ଆମେ ତନ୍ତ୍ୟା ମାମାଙ୍କ ବଂଶଧର, ଆମେ ହନୁମାନଜୀଙ୍କ ବଂଶଧର । ଗର୍ବର ସହ କହନ୍ତୁ ଯେ ଆମେ ଆଦିବାସୀ “ ସେ କହିଛନ୍ତି ।

ନିକଟରେ ବଜରଙ୍ଗ ସେନା ନାମକ ମଧ୍ୟପ୍ରଦେଶର ଏକ ହିନ୍ଦୁତ୍ବବାଦୀ ଦଳ କଂଗ୍ରେସକୁ ସର୍ଥନ ଘୋଷଣା କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଳନାଥଙ୍କ ଉପସ୍ଥିତିରେ ବଜରଙ୍ଗ ଦଳର କର୍ମୀମାନେ କଂଗ୍ରେସରେ ଯୋଗ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe