ଲକ୍ଷ୍ନୌ: ୟୁପି ବିଧାନ ପରିଷଦ ସଦସ୍ୟ ତଥା ବିଜେପି ନେତା ବୁକ୍କଲ୍ ନୱାବ ପ୍ରଭୁ ହନୁମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ହନୁମାନ ମୁସ୍ଲିମ୍ ଥିଲେ ଏବଂ ଏହି ନାମ ସହ ମୁସ୍ଲିମ୍ ନାମଗୁଡ଼ିକର ସାମଞ୍ଜସ୍ୟ ରହିଛି ବୋଲି ସେ କହିଛନ୍ତି। ନୱାବ କହିଛନ୍ତି ଯେ ହନୁମାନଙ୍କ ନାମ ସହ ମେଳ ଖାଉଥିବା ମୁସ୍ଲିମ୍ ନାମ ରହମାନ, ରମ୍ଜାନ, ଫରମାନ, ଜିସାନ ଏବଂ କୁର୍ବାନ୍ ଆଦି ରହିଛି। ହନୁମାନଙ୍କ ନାମରୁ ଏସବୁ ମୁସ୍ଲିମ୍ ନାମର ସୃଷ୍ଟି। ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଙ୍କୁ ଦଳିତ ବୋଲି କହି ବଡ଼ ବିବାଦ ସୃଷ୍ଟି କରିଥିଲେ।
ହନୁମାନ ମୁସ୍ଲିମ୍ ଥିଲେ: ବିଜେପି ନେତା
Advertisment
Follow Us