ଜଣାପଡ଼ିଲା କୋଭିଡ୍-୧୯ ରୋଗୀଙ୍କ ଠାରେ ‘ହାପି ହାଇପୋକ୍ସିଆ’ ବା ଅମ୍ଳଜାନ ସ୍ତର କମିଲେ ଅସୁବିଧା ନ ହେବାର କାରଣ

Advertisment
ଜଣାପଡ଼ିଲା କୋଭିଡ୍-୧୯ ରୋଗୀଙ୍କ ଠାରେ ‘ହାପି ହାଇପୋକ୍ସିଆ’ ବା ଅମ୍ଳଜାନ ସ୍ତର କମିଲେ ଅସୁବିଧା ନ ହେବାର କାରଣ

Image Courtesy of Hindustan Times

ୱାସିଂଟନ୍: ଶ୍ବାସପ୍ରଶ୍ବାସଜନିତ ଅସୁବିଧା ନ ଥାଇ କେତେକ କୋଭିଡ୍-୧୯ ଆକ୍ରାନ୍ତଙ୍କ ଠାରେ ‘ହାପି ହାଇପୋକ୍ସିଆ’ ଲକ୍ଷଣ ଦେଖାଯିବାର କାରଣ ବୈଜ୍ଞାନିକମାନେ ଜାଣିପାରିଛନ୍ତି। ଶରୀରରେ ଅମ୍ଳଜାନ ପରିମାଣ ଖୁବ୍ କମିଯାଇ ଜୀବନ ପ୍ରତି ବିପଦ୍ ସୃଷ୍ଟି କରିବା ସ୍ଥିତିକୁ ‘ହାପି ହାଇପୋକ୍ସିଆ’ ବା ‘ସାଇଲେଣ୍ଟ୍‌ ହାଇପୋକ୍ସିମିଆ’ କହନ୍ତି।

ବୈଜ୍ଞାନିକମାନେ ଏଭଳି ଅବସ୍ଥାକୁ ବୁଝିପାରିଥିବାରୁ ଚଳିତ ଏବଂ ଆଶା କରାଯାଉଥିବା କରୋନାଭାଇରସ୍‌ର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣରେ ଆକ୍ରାନ୍ତଙ୍କୁ ଅକାରଣରେ ଇଣ୍ଟି୍ୟୁବେସନ୍ ଏବଂ ଭେଣ୍ଟିଲେସନ୍‌ରେ ରଖିବାରୁ ବିରତ କରିହେବ ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନଟି ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ ରେସ୍ପିରେଟରି ଆଣ୍ଡ୍ କ୍ରିଟିକାଲ୍ କେୟାର୍ ମେଡିସିନ୍‌ରେ ପ୍ରକାଶ ପାଇଛି। ଇଣ୍ଟି୍ୟୁବେସନ୍ ହେଉଛି ବ୍ୟକ୍ତିଙ୍କ ପାଟି ବାଟେ ଶ୍ବାସପ୍ରଶ୍ବାସ ପ୍ରଣାଳୀ ମଧ୍ୟକୁ ‘ଏଣ୍ଡୋଟ୍ରାକ୍‌ହିଲ୍ ଟିଉବ୍’ ନାମକ ନଳୀ ଭର୍ତ୍ତିକରିବା। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଏ।

publive-image Image Courtesy of Newsclick

ବିଶେଷ କରି ମୌଳିକ ଜୀବବିଜ୍ଞାନକୁ ଅସ୍ବୀକାର କରୁଥିବା ‘ହାପି ହାଇପୋକ୍ସିଆ’ ଡାକ୍ତରମାନଙ୍କୁ ଆଚମ୍ବିତ କରିପକାଇଥିବା କଥା ଆମେରିକାର ଲୟଲା ୟୁନିଭର୍ସିଟି ସିକାଗୋ ଷ୍ଟ୍ରିଚ୍ ସ୍କୁଲ୍ ଅଫ୍ ମେଡିସିନ୍‌ର ପ୍ରଫେସର୍ ମାର୍ଟିନ୍ ଜେ ଟବିନ୍ କହିଛନ୍ତି। କାରଣ ‘ଏଣ୍ଡୋଟ୍ରାକ୍‌ହିଲ୍ ଟିଉବ୍’ ଭର୍ତ୍ତି କରାଯିବା ବେଳେ କେତେକ ରୋଗୀ ଖୁବ୍ ଆରମରେ ସେମାନଙ୍କ ଫୋନ ବ୍ୟବହାର କରୁଛନ୍ତି। ସେମାନଙ୍କର କିଛି ମାରାତ୍ମକ ଅସୁବିଧା ହେବା ପରି ଜଣାପଡୁନାହିଁ।

ଏହାର ବିଭିନ୍ନ କାରଣରୁ ଗୋଟିଏ ହେଉଛି କେତେକ ବ୍ୟକ୍ତିଙ୍କ ଠାରେ କାର୍ବନ୍ ଡାଇଅକ୍ସାଇଡ୍ ସ୍ତର କମ୍ ରହୁଛି। ଫଳରେ ଅମ୍ଳଜାନସ୍ତର କମିଗଲେ ମଧ୍ୟ କିଛି ମନ୍ଦ ପ୍ରଭାବ ପଡୁନାହିଁ।

ଶ୍ବାସପ୍ରଶ୍ବାସରେ ଅସୁବିଧା ଅନୁଭବ ନ କରୁଥିବା ଅତି ସ୍ବଳ୍ପ ଅମ୍ଳଜାନସ୍ତର ଥିବା (ପ୍ରାୟ ୫୦%) ୧୬ ଜଣ କୋଭିଡ୍-୧୯ ରୋଗୀଙ୍କ ଉପରେ ଗବେଷକମାନେ ଏହି ଅଧ୍ୟୟନ କରିଥିଲେ। ‘ସାଇଲେଣ୍ଟ୍‌ ହାଇପୋକ୍ସିମିଆ’ ପାଇଁ କେତେଗୁଡ଼ିଏ ପାଥୋଫିଜିକାଲ୍ ମେକାନିଜମ୍ ଦାୟୀ ବୋଲି ସେମାନେ କହୁଛନ୍ତି। ଅକ୍ସିଜେନ୍ ରିଡିଙ୍ଗ୍ ଉଚ୍ଚ ଥିବା ବେଳେ ଏମାନଙ୍କର ପଲ୍ସ୍ ଅକ୍ସମିଟର୍ ସମ୍ପୂର୍ଣ୍ଣ ଠିକ୍ ରହୁଛି। ପଲ୍ସ୍ ରିଡିଙ୍ଗ୍ କମ୍ ଆସିଲେ ଅକ୍ସଜେନ୍ ସ୍ତର ମଧ୍ୟ କମ୍ ରହୁଛି। ତେଣୁ ଅସଲ କଥା ହେଉଛି ସ୍ବଳ୍ପ ଅମ୍ଳଜାନ ପରିମାଣ ପ୍ରତି ବିଭିନ୍ନ ବ୍ୟକ୍ତିଙ୍କ ମସ୍ତିଷ୍କ ବିଭିନ୍ନ ପ୍ରତିକ୍ରିୟା ପ୍ରଦର୍ଶନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe