ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭକାମନା

Advertisment
ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭକାମନା

Image Courtesy of India TV News

ନୂଆଦିଲ୍ଲୀ: ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏବର୍ଷ ସମସ୍ତଙ୍କର ଆଶା ଆକାଙ୍‌କ୍ଷା ପୂରଣ ହେଉ ବୋଲି ପ୍ରାର୍ଥନା କରିଛନ୍ତି।

ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ବା ପଣାସଂକ୍ରାନ୍ତି ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା।


ନୂଆବର୍ଷରେ ଆପଣମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ ମୋର ପ୍ରାର୍ଥନା। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରୁଛି।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ପୁଥାଣ୍ଡୁ ଉପଲକ୍ଷେ ତାମିଲ ଭଉଣୀ ଓ ଭାଇମାନଙ୍କୁ, ବୋହାଗ ବିହୁ ଲାଗି ଆସାମବାସୀ ଓ ବିଷୁ ଉତ୍ସବ ନିମନ୍ତେ କେରଳବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ସେହିଭଳି, ଆଜି ଭାରତରତ୍ନ ଡକ୍ଟର୍‌ ବାବାସାହେବ ଅମ୍ବେଡ଼କରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତି ଭକ୍ତିପୂତ ପ୍ରଣାମ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe