ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସକୁ ଯେଉଁ ସଫଳତା ମିଳିଲା, ସେଥିରେ ନିଜର ଖୁସି ପ୍ରକଟ କରିଛନ୍ତି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଉପା ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀ କହିଛନ୍ତି, ‘ମୁଁ ୩-୦ ସ୍କୋରରେ ଖୁସି। ଏ ବିଜୟ ହେଉଛି, ବିଜେପିର ନକାରାତ୍ମକ ରାଜନୀତି ବିରୋଧରେ।’ ନକରାତ୍ମକ ରାଜନୀତି ପାଇଁ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଦୀର୍ଘ ୧୫ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେପିକୁ ଚଳିତ ନିର୍ବାଚନରେ ଜନତା ପ୍ରତ୍ୟାଖାନ କରିବା ସହ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଛତିଶଗଡ଼ରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଥିବା ବେଳେ ଉଭୟ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆମେ ଗୋଟିଏ ଲେଖାଏଁ ଆସନ କମ୍ ପାଇଛୁ। ତେବେ, ସମଭାବାପନ୍ନ ସହଯୋଗୀଙ୍କୁ ନେଇ ଆମେ ଏ ଦୁଇ ରାଜ୍ୟରେ ସରକାର ଗଠନ କରିବୁ ବୋଲି କହିବା ସହ ଚଳିତ ନିର୍ବାଚନରେ ଜନତା ଆମ ଉପରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି, ତାହାକୁ ନଷ୍ଟ ହେବାକୁ ଦେବୁ ନାହିଁ ବୋଲି ସଂସଦ ବାହାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us