ଆଲୋଚନା ପାଇଁ ଭାରତ, ପାକିସ୍ତାନ ରାଜି

Advertisment
ଆଲୋଚନା ପାଇଁ ଭାରତ, ପାକିସ୍ତାନ ରାଜି

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୈତିକ ବିବାଦର ଅନ୍ତ ଘଟିବ। ଆପୋସ ଆଲୋଚନା ଦ୍ୱାରା ଏହି ବିବାଦର ସମାଧାନ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି। ଉଭୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରାଳୟ ଏ ବାବଦରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି।। ୧୯୯୨ ମସିହାରେ ଧାର୍ଯ୍ୟ ନୀତି ଅନୁଯାୟୀ ଉଭୟ ଦେଶ ମଧ୍ୟରେ କୂଟନୈତିକ ବିବାଦର ସମାଧାନ ହେବ ବୋଲି ଭାରତର ବିଦେଶ ମନ୍ତ୍ରାଳୟ ଏକ ପ୍ରେସ୍‌ ଇସ୍ତାହାରରେ କହିଛି। ପାକିସ୍ତାନ ସରକାରଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଘୋଷଣା କରାଯାଇଛି । ପୂର୍ବରୁ ରହିଥିବା ନିୟମ ମୁତାବକ, ଉଭୟ ଦେଶର ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ଭଙ୍ଗ ନକରି କୂଟନୈତିକ ଓ ଦୂତାବାସ ସମ୍ପର୍କିତ ବିବାଦର ସମାଧାନ କରାଯାଇଥାଏ ବୋଲି ମୁଖପାତ୍ର ରବୀଶ୍‌ କୁମାର କହିଛନ୍ତି। କୂଟନୀତିଜ୍ଞଙ୍କୁ ଦୁର୍ବ୍ୟବହାର, ଆକ୍ରମଣ ଓ ହଇରାଣ କରିବା ଭଳି ମାମଲା ସାମ୍ନାକୁ ଆସିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ପୂର୍ବାପେକ୍ଷା ଅଧିକ ତିକ୍ତ ହୋଇଯାଇଥିଲା।

ଉଲ୍ଲେଖଯୋଗ୍ୟ, ଚଳିତମାସରେ ଇସ୍‌ଲାମାବାଦରେ ଥିବା ଭାରତୀୟ ଦୂତାବାସ କର୍ମଚାରୀ ଓ କୂଟନୀତିଜ୍ଞଙ୍କୁ ଆକ୍ରମଣ, ଯୋଜନାବଦ୍ଧ ଭାବେ ହଇରାଣ ହରକତ କରିବା ଭଳି ମାମଲା ସାମ୍ନାକୁ ଆସିଥିଲା। ଏନେଇ ଗତ ୨୨ ତାରିଖରେ ଭାରତୀୟ ହାଇକମିସନର ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ସହ ୩ଟି ଘଟଣାରେ ଭାରତୀୟ କର୍ମଚାରୀଙ୍କ ସହ ହେଉଥିବା ଅତ୍ୟାଚାର ସମ୍ପର୍କରେ ଅଭିଯୋଗ କରିଥିଲେ। ଅପରପେକ୍ଷ ଗତ ୭ ତାରିଖରୁ ପାକିସ୍ତାନ ମଧ୍ୟ ସମାନ ଧରଣର ୨୬ଟି ଅଭିଯୋଗ ଆଣିଛି। ଭାରତରେ ଥିବା ପାକିସ୍ତାନ ରାଷ୍ଟ୍ରଦୂତ ଓ କର୍ମଚାରୀଙ୍କୁ ହଇରାଣ କରାଯାଉଥିବା ନେଇ ପାକିସ୍ତାନ ଅଭିଯୋଗ କରିବା ପରେ ପାକିସ୍ତାନ ହାଇ କମିସନର ସୋହେଲ ମହମ୍ମଦଙ୍କୁ ନିଜ ଦେଶକୁ ଫେରାଇ ନେଇଥିଲା। ପରେ ମାର୍ଚ୍ଚ ୨୨ ତାରିଖରେ ସୋହେଲ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe