ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନରେ ପଞ୍ଜାବରୁ ‘ଆପ୍‌’ର ପ୍ରାର୍ଥୀ ହେବେ ହରଭଜନ ସିଂହ

Advertisment
ମୋ ପାଇଁ ଇଏ ଆଇପିଏଲର ସୁପରଷ୍ଟାର: ହରଭଜନ

Image Courtesy of India Today

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟ୍‌ ଖେଳାଳି ହରଭଜନ ସିଂହ ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନରେ ପଞ୍ଜାବରୁ ‘ଆପ୍‌’ର ପ୍ରାର୍ଥୀ ହେବେ ବୋଲି ଦଳ ତରଫରୁ ଘୋଷଣା କରାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ‘ଆମ୍‌ ଆଦ୍‌ମୀ ପାର୍ଟି’ ରାଜ୍ୟସଭାରେ ୫ଟି ଆସନ ପାଇବ।

ପ୍ରାପ୍ତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ନେତୃତ୍ବାଧୀନ ନବଗଠିତ ପଞ୍ଜାବ ରାଜ୍ୟ ସରକାର ହରଭଜନ ସିଂହଙ୍କୁ ଗୋଟାଏ କ୍ରୀଡ଼ା ବିଶ୍ବବିଦ୍ୟାଳୟ ଦାୟିତ୍ବ ଦେଇପାରନ୍ତି।

publive-image Image Courtesy of India TV

ଫେବ୍ରୁଆରିରେ ପଞ୍ଜାବ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ହରଭଜନ ସିଂହ ‘ବିଜେପି’ରେ ଯୋଗ ଦେବେ ବୋଲି ଚାରିଆଡ଼େ ରାଷ୍ଟ୍ର ହୋଇଯାଇଥିଲା। କେତେକ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଥିଲେ ଯେ, ଜଣେ ବରିଷ୍ଠ ‘ବିଜେପି’ ନେତା କହିଛନ୍ତି, ହରଭଜନ ଓ ଯୁବରାଜ ସିଂହଙ୍କୁ ଦଳରେ ସାମିଲ କରିବାକୁ ଉଦ୍ୟମ ହେଉଛି। ଦେଖାଯାଉ କ’ଣ ହେଉଛି। କିନ୍ତୁ, ଗୁଜବ କହି ‘ଭଜି’ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ।

କିନ୍ତୁ, ସେତିକିରେ ଗୁଜବର ଅବସାନ ଘଟି ନ ଥିଲା। ଦିନକ ପରେ ହରଭଜନ ତତ୍‌କାଳୀନ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁଙ୍କ ସହ ଫଟୋ ଉଠାଇଥିଲେ। ସିଦ୍ଧୁ ତାଙ୍କ ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ଉକ୍ତ ଫଟୋକୁ ପୋଷ୍ଟ୍‌ କରି ପରିଚୟୋକ୍ତିରେ ଲେଖିଥିଲେ: ସମ୍ଭାବନାରେ ପରିପୂର୍ଣ୍ଣ ଫଟୋ। ଉଜ୍ଜ୍ବଳ ତାରକା ଭଜିଙ୍କ ସହିତ।

ଏବେ ‘ଆପ୍‌’ର ଘୋଷଣା ସବୁ ଗୁଜବର ଅବସାନ ଘଟାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe