ଦିଲ୍ଲୀ ହିଂସାକୁ ନେଇ କ୍ରିକେଟରଙ୍କ ଟୁଇଟ, ଶାନ୍ତି ରଖିବାକୁ ଦିଲ୍ଲୀବାସୀଙ୍କୁ କଲେ ଅନୁରୋଧ

ଦିଲ୍ଲୀ ହିଂସାକୁ ନେଇ କ୍ରିକେଟରଙ୍କ ଟୁଇଟ, ଶାନ୍ତି ରଖିବାକୁ ଦିଲ୍ଲୀବାସୀଙ୍କୁ କଲେ ଅନୁରୋଧ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିଏଏ ବିପକ୍ଷ ଓ ସପକ୍ଷବାଦୀଙ୍କ ମଧ୍ୟରେ ଗତ ସୋମବାର ହୋଇଥିବା ହିଂସା ଭୟଙ୍କର ରୂପ ନେଉଛି। ବିଶେଷ କରି ଉତ୍ତର-ପୂର୍ବ ଦିଲ୍ଲୀରେ ଏହି ହିଂସା ଭୀଷଣ ଆକାର ଧାରଣ କରୁଛି। ଏହି ହିଂସାକୁ ଦେଖି କ୍ରିକେଟର ହରଭଜନ ସିଂହ ପ୍ରତିକ୍ରିୟା ଦେଇଛନ୍ତି। ହରଭଜନ ସିଂହଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଓ ବୀରେନ୍ଦ୍ର ସହେଓ୍ଵାଗ ଦିଲ୍ଲୀବାସୀଙ୍କୁ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି।

ହରଭଜନ ସିଂହ ଟୁଇଟ କରି ଲେଖିଛନ୍ତି, ‘ନିଜ ନିଜକୁ କାହିଁକି ମାରୁଛ? ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ଜଣେ ଅନ୍ୟଜଣଙ୍କୁ ଆଦୌ କ୍ଷତି ପହଞ୍ଚାନ୍ତୁ ନାହିଁ।’

ସେହିପରି ଯୁବରାଜ ସିଂହ ଟୁଇଟରରେ ଲେଖିଛନ୍ତି, ‘ଦିଲ୍ଲୀରେ ଯେଉଁ ପରିସ୍ଥିତି ଦେଖା ଦେଇଛି, ତାହା ହୃଦୟକୁ କଷ୍ଟ ଦେଉଛି। ସମସ୍ତଙ୍କୁ ଶାନ୍ତି ଓ ସଦଭାବ ରଖିବାକୁ ଅନୁରୋଧ କରୁଛି। ଆଶା କରୁଛି କି ଏଭଳି ଉତ୍ତେଜନାପୂର୍ଣ୍ଣସ୍ଥିତିକୁ ସ୍ୱଭାବିକ କରିବାକୁ ଅଧିକାରୀ ଉଚିତ ପଦକ୍ଷେପ ନେବେ। ସର୍ବଶେଷରେ ଆମେ ମଣିଷ। ପରସ୍ପରକୁ ସମ୍ମାନ ଓ ସ୍ନେହ କରିବା ଆବଶ୍ୟକ। ଶେଷରେ ସେ #DelhiBurning ହାସ୍‌ଟ୍ୟାଗ୍‌ ବି ପୋଷ୍ଟ କରିଛନ୍ତି।

ଦିଲ୍ଲୀ ହିଂସାରେ ବୀରେନ୍ଦ୍ର ସେହଓ୍ଵାଗ ଟୁଇଟରରେ ଲେଖିଛନ୍ତି, ‘ଦିଲ୍ଲୀରେ ଯାହା ହେଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଆପଣ ଦିଲ୍ଲୀରେ ଶାନ୍ତି ରଖନ୍ତୁ।’


ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ହିଂସାରେ ଏଯାବତ ୧୮୯ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ ଉତ୍ତେଜନା ଜାରି ରହିଥିବାରୁ ଅର୍ଦ୍ଧସାମରିକ ବଳ ଫ୍ଲାଗମାର୍ଚ୍ଚ କରିଛି। ଏଥିସହ ଅଧିକ ୮୦୦ ଯବାନଙ୍କୁ ଉତ୍ତେଜନା ଥିବା ଅଞ୍ଚଳରେ ନିୟୋଜିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe