'ଚିକେନ ସ୍ୟାଣ୍ଡୱିଚ୍ ଓ ମୋବାଇଲରେ ଧ୍ୟାନ ଥିଲା'; ରାହୁଲଙ୍କ ବାବଦରେ କିଛି ଏଭଳି କହିଲେ ହାର୍ଦ୍ଦିକ

Advertisment
ଆମେ ତାଙ୍କୁ ଇଜ୍ଜତ ଦେଲୁ, ହାର୍ଦ୍ଦିକ ଦେଲେ ଧୋକା: କଂଗ୍ରେସ

photo-indian express

ଅହମ୍ମଦାବାଦ: ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଆଜି ଗୁଜରାଟ କଂଗ୍ରେସର କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି | ତେବେ ହାର୍ଦ୍ଦିକ ପଟେଲ ଇସ୍ତଫା ପତ୍ରରେ କଂଗ୍ରେସର ଗୋହି ଖୋଳିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ନିନ୍ଦା କରିଛନ୍ତି, ଯିଏ ତାଙ୍କୁ ୨୦୧୯ରେ ଦଳକୁ ଆଣିଥିଲେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ପତ୍ରରେ ହାର୍ଦ୍ଦିକ ଚିକେନ୍ ସ୍ୟାଣ୍ଡୱିଚ୍ ବିଷୟରେ ଉଲ୍ଲେଖ କରିଛନ୍ତି |

ବାସ୍ତବରେ ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ଗୁଜରାଟ ଗସ୍ତରେ ଥିବାବେଳେ ଏହି ସମୟରେ ସେ ହାର୍ଦ୍ଦିକ ପଟେଲଙ୍କୁ ପୃଥକ ଭାବରେ ଭେଟି ପାରନ୍ତି ବୋଲି ଖବର ଆସିଥିଲା। ତଥାପି ରାହୁଲ ହାର୍ଦ୍ଦିକଙ୍କୁ ଭେଟିନଥିଲେ | ହାର୍ଦ୍ଦିକ ପଟେଲ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି: "ଯେତେବେଳେ ବି ମୁଁ ଦଳର ସର୍ବୋଚ୍ଚ ନେତୃତ୍ୱଙ୍କୁ ଭେଟୁଥିଲି, ସେତେବେଳେ ଲାଗୁଥିଲା ଯେ ନେତାମାନଙ୍କର ଧ୍ୟାନ ଗୁଜୁରାଟ ଏବଂ ଲୋକଙ୍କ ସମସ୍ୟା ଶୁଣିବା ଅପେକ୍ଷା ମୋବାଇଲ ଓ ଅନ୍ୟାନ୍ୟ ବିଷୟ ଉପରେ ଥିଲା | ଯେତେବେଳେ ଦେଶ ଅସୁବିଧାରେ ପଡିଥିଲା ବା କଂଗ୍ରେସକୁ ନେତୃତ୍ୱର ଆବଶ୍ୟକତା ଅଧିକ ଥିଲା, ସେତେବେଳେ ଆମ ନେତା ବିଦେଶରେ ଥିଲେ। ”

ହାର୍ଦ୍ଦିକ ପଟେଲ ଲେଖିଛନ୍ତି, ଯେତେବେଳେ ଆମ ଭଳି କର୍ମୀମାନେ ନିଜ ନିଜ କାରରେ ଦିନକୁ ୫୦୦ରୁ ୬୦୦ କିଲୋମିଟର ଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚୁଥିଲୁ, ସେତେବେଳେ ଗୁଜୁରାଟ କଂଗ୍ରେସର ବଡ ବଡ ନେତାମାନେ ଲୋକଙ୍କ ସମସ୍ୟାକୁ ଦୂରେଇ ଦେଇ ଦିଲ୍ଲୀରୁ ଆସିଥିବା ନେତା ଚିକେନ୍ ସ୍ୟାଣ୍ଡୱିଚ୍ ଖାଇଲେ ନା ନାହିଁ ସେକଥା ବୁଝୁଥିଲେ | ଯାହାକି ବହୁତ କଷ୍ଟ ଦେଇଥିଲା | ସେହିପରି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ହେଉ,ଏନଆରସି ପ୍ରସଙ୍ଗ ବା ଜମ୍ମୁକଶ୍ମୀରରୁ ଧାରା ୩୭୦ ହଟାଇବା ହେଉ, ଦେଶ ଦୀର୍ଘ ଦିନ ଧରି ଏହାର ସମାଧାନ ଚାହୁଁଥିଲେ ବି କଂଗ୍ରେସ ଦଳ କେବଳ ଏଥିରେ ବାଧା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଥିଲା। ଏହା ଦେଶ, ଗୁଜୁରାଟ କିମ୍ବା ମୋର ପଟେଲ ସମ୍ପ୍ରଦାୟ ବାବଦରେ ହେଉ ପ୍ରତ୍ୟେକ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ କେବଳ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାରେ ସୀମିତ ଥିଲା।

ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟରେ ଲୋକମାନେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି କାରଣ କଂଗ୍ରେସ ଦଳ ତଥା ଦଳର ନେତୃତ୍ୱ ଜନସାଧାରଣଙ୍କ ନିକଟରେ ଏକ ମୌଳିକ ରୋଡମ୍ୟାପ ମଧ୍ୟ ଉପସ୍ଥାପନ କରିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe