କଂଗ୍ରେସୀ କେବଳ ଫଟୋ ଉଠାଇବାକୁ ଆସନ୍ତି : ହରଦୀପ ସିଂ ପୁରୀ

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କଂଗ୍ରେସକୁ ଜବାବ ଦେଇ କହିଛନ୍ତି ଯେ କଂଗ୍ରେସ କର୍ମୀମାନେ କେବଳ ଫଟୋ ଉଠାଇବାକୁ ଆସନ୍ତି, କିନ୍ତୁ ଡକ୍ଟର ମନମୋହନ ସିଂହଙ୍କ ଅସ୍ଥି ବିସର୍ଜନ ସମୟରେ କାହାର ଦେଖା ନଥିଲା ।

cong

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ଓ ଅନ୍ତିମ ସଂସ୍କାରକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଡ. ସିଂହଙ୍କ ସ୍ମାରକୀ ପାଇଁ ଜମି ଆବଣ୍ଟନ ଏପର୍ଯ୍ୟନ୍ତ କାହିଁକି ହୋଇନାହିଁ ଏବଂ କାହିଁକି ବିଳମ୍ବ ହେଉଛି ବୋଲି କଂଗ୍ରେସ ଲଗାତାର ପ୍ରଶ୍ନ କରୁଛି। ଏହା ସହ ନିଗମ ବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାରକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି।

ତେବେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏହାର ଜବାବ ଦେଇ କହିଛନ୍ତି ଯେ କଂଗ୍ରେସ କର୍ମୀମାନେ କେବଳ ଫଟୋ ଉଠାଇବାକୁ ଆସନ୍ତି, କିନ୍ତୁ ଡକ୍ଟର ମନମୋହନ ସିଂହଙ୍କ ଅସ୍ଥି ବିସର୍ଜନ ସମୟରେ କେହି ପହଞ୍ଚି ନଥିଲେ।

କେନ୍ଦ୍ରମନ୍ତ୍ରୀ କଂଗ୍ରେସର ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ କଂଗ୍ରେସ ଭିତ୍ତିହୀନ ଅଭିଯୋଗ କରୁଛି। ମନମୋହନ ସିଂହଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯାଇଛି। ସ୍ମାରକୀ ନିର୍ମାଣ ପାଇଁ ସରକାର ମଧ୍ୟ ରାଜି ଅଛନ୍ତି, କିନ୍ତୁ ସେଦିନର ପରିସ୍ଥିତି ଏପରି ଥିଲା ଯେ  ଅନ୍ତିମ ସଂସ୍କାରକୁ ନେଇ କିଛି ସମସ୍ୟା ଥିଲା। ସେ ସମୟରେ ଲଗାଣ ବର୍ଷା ଚାଲିଥିବାରୁ ଖୋଲାରେ ଅନ୍ତିମସଂସ୍କାର ସମ୍ଭବ ନଥିଲା । ଏହି କାରଣରୁ ନିଗମବୋଧ ଘାଟରେ ସଂସ୍କାର କରାଯାଇଥିଲା । 
କେନ୍ଦ୍ରମନ୍ତ୍ରୀ କଂଗ୍ରେସର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ କଂଗ୍ରେସ ନେତାମାନେ ସେଦିନ କେବଳ ଫଟୋ ଉଠାଇବା ପାଇଁ ପହଞ୍ଚୁଥିଲେ, କିନ୍ତୁ ଆଜି ଯେତେବେଳେ ଡ. ମନମୋହନ ସିଂହଙ୍କ ଅସ୍ଥି ବିସର୍ଜନ ପାଇଁ ଯିବାର ଥିଲା, ସେତେବେଳେ କୌଣସି କଂଗ୍ରେସ ନେତା ସେଠାରେ ପହଞ୍ଚି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe